ସ୍ତ୍ରୀକୁ ମାରି ବସ୍ତାରେ ପୁରେଇ ଘର ଭିତରେ ଚାବି ପକାଇ ରଖିଥିଲା ସ୍ୱାମୀ
·2 years ago·1 min read

କେନ୍ଦୁଝର: ସ୍ତ୍ରୀକୁ ମାରି ମୃତଦେହକୁ ବସ୍ତାରେ ଲୁଚାଇବା ପାଇଁ ଘର ଭିତରେ ଚାବି ପକାଇ ରଖିଥିଲା ସ୍ୱାମୀ । ସ୍ୱାମୀକୁ ହାତଗୋଡ଼ ବାନ୍ଧି ଅଟକ ରଖିଛନ୍ତି ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ବାରିଆ ଥାନା ଷଡ଼ଙ୍ଗୀ ଗ୍ରାମରେ ସ୍ତ୍ରୀକୁ ମାଡ଼ ମାରି ହତ୍ୟା କରିବା ପରେ ଘଟଣାକୁ ଲୁଚାଇବା ପାଇଁ ବସ୍ତାରେ ମୃତଦେହକୁ ପୁରେଇ ସିଲେଇ କରି ଘର ଭିତରେ ଚାବି ପକାଇ ରଖିଥିଲା ସ୍ୱାମୀ ପ୍ରଦୀପ ବେଣ୍ଟକାର ।
ମୃତକ ହେଲେ ବର୍ଷାଲି ବେଣ୍ଟକାର । ଗତକାଲି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଝଗଡା ହେବା ପରେ ଏଭଳି ଜଘନ୍ୟ କାଣ୍ଡ ଭିଆଇଛି ସ୍ୱାମୀ । ଘଟଣା ଜଣାପଡିବା ପରେ ଗ୍ରାମବାସୀ ସ୍ୱାମୀ ପ୍ରଦୀପର ହାତ ବାନ୍ଧି ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବାରିଆ ପୋଲିସ ପହଁଞ୍ଚି ପ୍ରଦୀପକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: