|
logo
Live

Argus News - ATMରେ ଫେସିଆଲ୍ ବାୟୋମେଟ୍ରିକ୍ ଲଗାଇବାକୁ ହାଇକୋର୍ଟଙ୍କ ପରାମର୍ଶ

Odisha

ATMରେ ଫେସିଆଲ୍ ବାୟୋମେଟ୍ରିକ୍ ଲଗାଇବାକୁ ହାଇକୋର୍ଟଙ୍କ ପରାମର୍ଶ

Smruti Parija
Browse all articles by Smruti Parija
·2 years ago·2 min read
ATMରେ ଫେସିଆଲ୍ ବାୟୋମେଟ୍ରିକ୍ ଲଗାଇବାକୁ ହାଇକୋର୍ଟଙ୍କ ପରାମର୍ଶ

କଟକ:  ଏଟିଏମରେ ବ୍ୟବହାର ହେଉ ଫେସିଆଲ ବାୟୋମେଟ୍ରିକ୍ସ । କମିବ ଅପରାଧ, କ୍ୟାମେରାରେ ରେକର୍ଡ ହେବ ଅପରାଧୀଙ୍କ କଳାକାରନାମା । କମିବ ଏଟିଏମରୁ ଲୁଟ୍ ଚୋରି ଭଳି ଘଟଣା । ଏକ ମାମଲାର ଶୁଣାଣୀ କରିବା ସମୟରେ ଏପରି ପରାମର୍ଶ ଦେଇଛନ୍ତି ହାଇକୋର୍ଟ । ବ୍ୟାଙ୍କ ଏଟିଏମରେ ଫେସିଆଲ୍ ବାୟୋମେଟ୍ରିକ୍ସ ଆଇଡେଣ୍ଟିଫିକେସନ୍ ପ୍ରୋସେସ ଲଗାଯାଉ । ମୁହଁକୁ ଢାଙ୍କି ପରିଚୟ ଗୋପନ ରଖି ଅନେକ ସମୟରେ ଏଟିଏମର ଅପବ୍ୟବହାର ହେଉଥିବା ଯୋଗୁଁ ଏପରି ପଦକ୍ଷେପ ନେବା ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି ।

ବ୍ୟାଙ୍କ କର୍ତ୍ତୃପକ୍ଷ ଏଟିଏମ ଗୁଡ଼ିକରେ ଫେସିଆଲ ବାୟୋମେଟ୍ରିକ୍ସ ଚିହ୍ନଟ କାର୍ଯ୍ୟ ପ୍ରଣାଳୀ ବସାଇବାର ବର୍ତ୍ତମାନ ଆବଶ୍ୟକତା ରହିଛି । ପଇସା ଉଠେଇବା ପାଇଁ ଆସୁଥିବା ବ୍ୟକ୍ତିଙ୍କ ମୁହଁ କ୍ୟାମେରା ସାମନାରେ ସଠିକ୍ ଭାବରେ ଦେଖାଗଲା ପରେ ସେମାନେ ପଇସା ଉଠେଇ ପାରିବେ । ଏପରି କାରବାରକୁ ଏଟିଏମ ସିକ୍ୟୁରିଟି କ୍ୟାମେରା ତଦାରଖ କରିବା ସହିତ ରେକର୍ଡ କରି ପାରିବ । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆବଶ୍ୟକ ସ୍ଥଳେ ଏଟିଏମରେ ବେଆଇନ କାରବାରକୁ ଆରମ୍ଭ ହେବା ପୂର୍ବରୁ ରୋକି ଦିଆଯାଇ ପାରିବ । ଏଟିଏମ କାର୍ଡ ଓ ଏହାର ପିନ୍ ନମ୍ବର ଚୋରି କରି ଅପବ୍ୟହାର କଲେ ତାହା ସବୁ କ୍ୟାମେରାରେ ରେକର୍ଡ ହୋଇଯିବ । ଏହା ଦ୍ୱାରା ତଦନ୍ତକାରୀ ସଂସ୍ଥା ପାଇଁ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହଜ ହେବ ବୋଲି କହିଛନ୍ତି କୋର୍ଟ ।

ଅପହୃତ ନାବଳିକାର ଉଦ୍ଧାର ପାଇଁ ନିବେଦନ କରି ପୀଡ଼ିତ ପରିବାର ପକ୍ଷରୁ ଦାୟର ହେବିୟସ କର୍ପସ ଆବେଦନର ଶୁଣାଣି କରି ଜଷ୍ଟିସ ସଂଗମ କୁମାର ସାହୁ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।  ଏହି ପ୍ରସଙ୍ଗରେ ବ୍ୟାଙ୍କ ବିଶେଷ କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ସହିତ ରାଜ୍ୟ ସରକାର ଆଲୋଚନା କରିବେ ଓ ଏଟିଏମ ବ୍ୟବହାରକାରୀଙ୍କ ଚିହ୍ନଟ ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ ଓ ନିୟମାବଳୀ ଜାରି ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି  ସରକାରୀ ଓକିଲ ଶୁଣାଣି ସମୟରେ ଅବଗତ କରିଥିଲେ ।

ଆଇନର ପ୍ରକ୍ରିୟା ଅନୁସାରେ ତଦନ୍ତକାରୀ ଏଜେନ୍ସି ଏଟିଏମରେ କାରବାର କରୁଥିବା ବ୍ୟକ୍ତିଙ୍କ ପରିଚୟ ଚିହ୍ନଟ ପ୍ରସଙ୍ଗ ସୁନିଶ୍ଚିତ କରିବା ପାଇଁ ସରକାର ଆରବିଆଇ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବେ ବୋଲି ଦର୍ଶାଯାଇଥିଲା । 
 

Sponsored
ATMରେ ଫେସିଆଲ୍ ବାୟୋମେଟ୍ରିକ୍ ଲଗାଇବାକୁ ହାଇକୋର୍ଟଙ୍କ ପରାମର୍ଶ | Argus News