Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିବାହ ନାଁରେ ଏକାଧିକ ମହିଳାଙ୍କୁ କରିଥିଲା ଠକେଇ 

Manini Pattanayak
Browse all articles by Manini Pattanayak
·1 year ago·1 min read
ବିବାହ ନାଁରେ ଏକାଧିକ ମହିଳାଙ୍କୁ କରିଥିଲା ଠକେଇ 

ଭୁବନେଶ୍ୱର:  କ୍ରାଇମବ୍ରାଞ୍ଚ କବ୍ଜାରେ ରିସିକିଆ ପ୍ରେମିକ। ବିବାହ ନାଁରେ ଏକାଧିକ ମହିଳାଙ୍କୁ କରିଥିଲା ଠକେଇ। ଅଭିଯୁକ୍ତ ହେଲା ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥ।  ମହିଳା ମାନଙ୍କୁ ଫସେଇବା ପାଇଁ ସୋସିଆଲ ମିଡ଼ିଆରେ ଖୋଲିଥିଲା ଫେକ ଆକାଉଣ୍ଟ।  ନିଜକୁ ସରକାରୀ ଅଧିକାରୀର ପରିଚୟ ଦେଇ କରୁଥିଲା ଠକେଇ । କେତେବେଳେ ନିଜକୁ ରେଲୱେ କର୍ମଚାରୀ , ଇନକମ ଟ୍ୟାକ୍ସ ଇନସପେକ୍ଟର, କଷ୍ଟମ୍ସ ଅଫିସର ଓ ସେଣ୍ଟ୍ରାଲ ଏକସାଇଜ ଅଧିକାରୀ କହୁଥିଲା ।

ମେଟ୍ରିମୋନିଆଲ ସାଇଡରେ ବିବାହ କରିବାକୁ ପ୍ରସ୍ତାବ ଦେଉଥିଲା ଅଭିଯୁକ୍ତ । ଅନେକ ମହିଳାଙ୍କୁ ମନ୍ଦିରରେ ବିବାହ କରିଥିଲା। ବିବାହ ପରେ ଗୁପ୍ତ କ୍ୟାମେରାରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ କରୁଥିଲା ଅଭିଯୁକ୍ତ।  ଆଉ କିଛି ମହିଳାଙ୍କୁ  ଭିଡିଓ କଲରେ ଅଶ୍ଳୀଳ କଥା ହୋଇ ସ୍କ୍ରିନ ସଟ ରଖି ବ୍ଲାକମେଲ କରୁଥିଲା। 2022ରେ ଏନେଇ କଟକ ର ଜଣେ ମହିଳା କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। ମହିଳାଙ୍କ ଠାରୁ 5ଲକ୍ଷ ଟଙ୍କା ଓ 32ଗ୍ରାମ ସୁନା ନେଇଥିଲା ଠକ । କେବଳ ଓଡିଶା ନୁହେଁ ରାସଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଷ, ହରିଆଣା ଓ ଦିଲ୍ଲୀ ରେ ତା ନାଁରେ ମାମଲା ଥିବା ତଦନ୍ତରୁ ଜଣା ପଡିଛି।  ଅଭିଯୁକ୍ତ ଠାରୁ ଅନ୍ତରଙ୍ଗ ମୁହୂର୍ତ୍ତ ର ଫୋଟ, ଭିଡ଼ିଓ, ଫେକ ଆଇଡିକାର୍ଡ ଜବତ କରିଛି କ୍ରାଇମବ୍ରାଞ୍ଚ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
He cheated multiple women in the name of marriage | Argus News