ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ସ୍କୁଲ ଫାଟକରେ ତାଲା ପକାଇଲେ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜିରିଡାମାଳି ସ୍ଥିତ ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ଗ୍ରାମବାସୀ । ବିଦ୍ୟାଳୟରେ ଅନିୟମିତତା ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀ ମାନେ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାମରେ ଟଙ୍କା ହଡପ, ଚାଉଳ ଚୋରି ,ମନ ଇଚ୍ଛା ବିଦ୍ୟାଳୟ ମ୍ୟାନେଜମେଣ୍ଟ କମିଟି ଚଳାଇବା, ବିଦ୍ୟାଳୟରେ ଶୋଇବା ଏବଂ ଦୁର୍ନୀତିରେ ଲିପ୍ତ ରହିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଏ ନେଇ ଜିଲ୍ଲା ଶିକ୍ଷାଧିକାରିଣୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଦା ସର୍ବଦା ଦୁର୍ନୀତିରେ ଲିପ୍ତ ରହୁଛନ୍ତି । ତେଣୁ ତୁରନ୍ତ ସରକାରୀ ଗାଇଡ ଲାଇନରେ ମ୍ୟାନେଜମେଣ୍ଟ କମିଟି ଗଠନ ଠାରୁ ଆରମ୍ଭ କରି ପ୍ରଧାନଶିକ୍ଷକ ଯେଉଁ ଦୁର୍ନୀତି କରିଛନ୍ତି ତାହାର ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ ଏ ନେଇ ପ୍ରଧାନ ଶିକ୍ଷକଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର