Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ 

କୋରାପୁଟ:  ଥମୁନି ଦାଦନ ସମସ୍ୟା । ପଡୋଶୀ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଛନ୍ତି କୋରାପୁଟ ପଟାଙ୍ଗିର ସନୁ ମାଝି । ଆନ୍ଧ୍ରର ଏକ ବିରିବାଡରେ କାମ କରିବାକୁ ସନୁ ମାଝିଙ୍କ ସହ ୬ଜଣ ଯାଇଥିଲେ । କିନ୍ତୁ ଗତକାଲି ସନୁଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ବିରିବାଡର ମାଲିକ ତାଙ୍କ ମୃତଦେହକୁ ଆମ୍ବୁଲାନସରେ ପଠାଇଥିଲେ ।

କିନ୍ତୁ ଆମ୍ବୁଲାନସଟି ସନୁଙ୍କ ମୃତଦେହକୁ ଘରେ ନପହଞ୍ଚାଇ ତରବରିଆ ଭାବେ ଗାଁଠାରୁ କିଛି ଦୂରରେ ବିଳମ୍ବିତ ରାତିରେ  ଛାଡି ପଳାଇଥିବା ଅଭିଯୋଗ ହୋଇଛି। ସକାଳୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକ ମୃତଦେହକୁ ଘରକୁ ଆଣିଥିଲେ ।  ରାଜ୍ୟରେ ଅପାର ସମ୍ଭାବନା ସତ୍ବେ ନିଯୁକ୍ତି ଦେବାରେ ବିଫଳ 25 ବର୍ଷ ହେଲା ଶାସନ ଗାଦିରେ ବସିଥିବା ବିଜେଡି ସରକାର । ଆଉ ରାଜ୍ୟ ସରକାରଙ୍କ ବିଫଳତା ଓ ଅପାରଗତା ଯୋଗୁଁ ବଢୁଛି ଓଡ଼ିଶାବାସୀଙ୍କ ଦୁର୍ଦ୍ଦଶା। ଆଉ କେତେ ଦାଦନଙ୍କ ମୃତ୍ୟୁ ହେଲେ ଚେତିବେ ବିଜେଡି ସରକାର ?  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
He went to Andhra for dadan and returned as a dead body | Argus News