Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର

Ritu Das
Browse all articles by Ritu Das
·1 year ago·1 min read
କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର

ଅର୍ଗସ ବ୍ୟୁରୋ: ଜଙ୍ଗଲରେ କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ପରେ ତାଙ୍କୁ ଗୁରୁତର ଭାବେ ୧୦୮  ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ବାମ ହାତ ଭାଙ୍ଗିଥିବା ସୂଚନା ମିଳିଛି । ଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋଇଦଲପୁର ପଞ୍ଚାୟତ ଛଟାଗୁଡା ଜଙ୍ଗଲରେ। 

ସୂଚନା ଅନୁଯାୟୀ ଛଟାଗୁଡା ଗ୍ରାମର ତଇଲ ଯାନୀ ଗାଁ ନିକଟ ଜଙ୍ଗଲରେ କାଠ ଆଣିବାକୁ ଯାଇଥିଲେ। ହଠାତ ତିନୋଟି ଭାଲୁ ସାମ୍ନାକୁ ଆସିଥିଲେ ଓ ଗୋଟିଏ ଭାଲୁ ବାମ ହାତକୁ ଆକ୍ରମଣ କରିଥିଲା। ଟାଙ୍ଗିଆ ଦ୍ୱାରା ଭାଲୁକୁ ଘଉଡ଼ାଇବାରୁ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ବାମ ହାତ ଭାଙ୍ଗିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଅଧିକ ଗୁରୁତର ହେବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
He went to fetch | Argus News