Videos
|
Odisha

Harassment To Female Staff / ପ୍ରଧାନଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ, ମହିଳା କର୍ମଚାରୀଙ୍କୁ ଦେଉଛନ୍ତି ଯୌନ ନିର୍ଯାତନା

Bikash Mohanty
Browse all articles by Bikash Mohanty
·2 months ago·2 min read
ପ୍ରଧାନଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ, ମହିଳା କର୍ମଚାରୀଙ୍କୁ ଦେଉଛନ୍ତି ଯୌନ ନିର୍ଯାତନା
Santanu meher

Key Points

ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲାର ରଙ୍ଗିଲା ମାଷ୍ଟର
ହେଡ଼ମାଷ୍ଟର ଶାନ୍ତନୁ କୁମାର ମେହେରଙ୍କ ନାଁରେ ଅଭିଯୋଗ
ଯୌନ ନିର୍ଯାତନାର ସାଙ୍ଘାତିକ ଅଭିଯୋଗ ହୋଇଛି
ଭାଇରାଲ ହୋଇଛି ପ୍ରଧାନଶିକ୍ଷକଙ୍କ କଳା କାରନାମା
ନର୍ଲା,୦୮/୦୭: ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲାର ରଙ୍ଗିଲା ମାଷ୍ଟର। କଳାହାଣ୍ଡି ଜିଲ୍ଲା ମଦନପୁର ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ହେଡ଼ମାଷ୍ଟର ଶାନ୍ତନୁ କୁମାର ମେହେରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ସ୍କୁଲର ମହିଳା କର୍ମଚାରୀଙ୍କୁ ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ସହ ଜାତିଆଣ ଆକ୍ଷେପ କରୁଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି। ଭାଇରାଲ ହେଉଥିବା ଏକ ଭିଡିଓରେ କଏଦ ହୋଇଛି ପ୍ରଧାନଶିକ୍ଷକଙ୍କ କଳା କାରନାମା।

ସ୍କୁଲ ଭିତରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ମହିଳା କର୍ମଚାରୀଙ୍କୁ ଶିକ୍ଷକ ଅସଦାଚରଣ କରୁଥିବାର ଅଭିଯୋଗ ହୋଇଛି । ଏହା ସହିତ କେଉଁ କେଉଁ ମହିଳା କର୍ମଚାରୀଙ୍କ ସହିତ ତାଙ୍କର ସମ୍ପର୍କ ରହିଛି ସେ ବିଷୟରେ ମଧ୍ୟ କହୁଛନ୍ତି। ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ପ୍ରଶାସନ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ମାଟ୍ରନ ଓ ଦୁଇ ରୋଷେୟାଙ୍କୁ ଜାତିଆଣ ଆକ୍ଷେପ, ମାନସିକ ନିର୍ଯାତନା ଏବଂ ଅଶାଳୀନ ମନ୍ତବ୍ୟ, ଚାକିରିରୁ ବାହାର କରିଦେବାକୁ ଧମକ ଦେବା ଭଳି ସଂଗୀନ ଅଭିଯୋଗ ରହିଛି। ଏହି ଅଭିଯୋଗ ଆଣି ସେମାନେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହା ପରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏହାସହ ଉପସ୍ଥାନ ଖାତାରେ ଅନିୟମିତତା ଏବଂ ହଇରାଣ ହରକତ କରାଯାଉଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ହୋଇଛି।

ପଢନ୍ତୁ ଏହି ଖବର: ଶାରୀରିକ ସ୍ପର୍ଶ ଜରୁରି ନୁହେଁ,ପୋଷାକ ଉପରୁ ଛୁଇଁଲେ ବି ଯୌନ ନିର୍ଯାତନା !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯୋଗ ପାଇବା ପରେ ବିଭାଗୀୟ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ଅଭିଯୋଗ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କ ପ୍ରତିକ୍ରିୟା ମାଗିବାରୁ ପ୍ରତିକ୍ରିୟା ଦେବା ବଦଳରେ ବୁମକୁ ଟାଣି ଫୋପାଡ଼ି ଦେଇଥିଲେ ଏବଂ ମାନସିକ ରୋଗୀ ପରି ବ୍ୟବହାର କରିଥିଲେ। l ଯେତେବେଳେ ସାମ୍ବାଦିକ ମାନେ ସ୍କୁଲରେ ପହଁଚିଥିଲେ ସୋତେବେଳେ  ସ୍କୁଲର  ଗେଟରେ ତାଲା ପଡିଥିଲା। ସାମ୍ବାଦିକ ମାନେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଡାକିବାକୁ କହିଥିଲେ। ହେଲେ ପ୍ରଧାନ ଶିକ୍ଷକ ଶାନ୍ତନୁ ମେହେର ଓ  ତାଙ୍କ ପତ୍ନୀ ଆସି ବିଭିନ୍ନ ପ୍ରକାର ଗାଳି ଗୁଳଜ କରି ସାମ୍ବାଦିକଙ୍କ ବୁମକୁ ଫୋପାଡ଼ି ଦେଇ ଥିଲେ l
ଏଭଳି ଶିକ୍ଷକ କିଭଳି ଏତେବଡ଼ ସ୍କୁଲକୁ ପରିଚାଳନା କରୁଛନ୍ତି ଓ କିପରି ଶିକ୍ଷାଦାନ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ଏହି ଭଳି ଶିକ୍ଷକଙ୍କୁ ତୁରନ୍ତ ବଦଳି ପାଇଁ ଜିଲ୍ଲା ସିଡୁଲ କାଷ୍ଟ ଫେଡେରେସନର ସଭାପତି ବୃନ୍ଦାବନ ନାଗ ଦାବୀ କରିଛନ୍ତି l
 ପୁର୍ବରୁ ଗଜପତିରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା। ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଅନ୍ବେଷା ହଷ୍ଟେଲ ଅନ୍ତେବାସୀଙ୍କୁ ଅଧୀକ୍ଷକ ନିର୍ଯାତନା ଦେଉଥିବା ଅଭିଯୋଗ ଆସିଥିଲା। ଏପରିକି ମଦ ପିଇକି ଆସି ସମସ୍ତଙ୍କୁ ମାଡ଼ ମାରୁଥିବାର ଅଭିଯୋଗ ଆସିଥିଲା। ଅଭିଯୋଗ ପରେ ହଷ୍ଟେଲ ଅଧୀକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା।