School Health Program / କିଶୋରୀଙ୍କ ପାଇଁ ବଡ଼ ପଦକ୍ଷେପ, ପୁରୀରୁ ଆରମ୍ଭ ହେଲା ବିଶେଷ ଅଭିଯାନ
·3 months ago·2 min read

Key Points
କିଶୋରୀଙ୍କ ପାଇଁ ବଡ଼ ଅଭିଯାନ | ସ୍ୱାସ୍ଥ୍ୟ ସଚେତନତାରେ ନୂଆ ପଦକ୍ଷେପ | ଇଷ୍ଟର୍ଣ୍ଣ ଗ୍ରୀନ୍ ଫାଉଣ୍ଡେସନର ବଡ଼ ପଦକ୍ଷେପ
କିଶୋରୀମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରିବା ଲକ୍ଷ୍ୟରେ ଇଷ୍ଟର୍ଣ୍ଣ ଗ୍ରୀନ୍ ଫାଉଣ୍ଡେସନ୍ ପକ୍ଷରୁ ଏକ ବିଶେଷ ଅଭିଯାନ ପୁରୀରୁ ଆରମ୍ଭ ହୋଇଛି । ବିଶେଷକରି ୧୦ ରୁ ୧୮ ବର୍ଷ ବୟସର ଛାତ୍ରୀମାନଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଉଛି । ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ମାଧ୍ୟମରେ ମହିଳା ସଶକ୍ତିକରଣର ବାର୍ତ୍ତା ପ୍ରସାର କରିବା ଏହାର ମୂଳ ଉଦ୍ଦେଶ୍ୟ ।
ସ୍ୱାସ୍ଥ୍ୟ ସଚେତନ ହେବେ କିଶୋରୀ । ବିଶେଷକରି ୧୦ରୁ ୧୮ ବର୍ଷର ଛାତ୍ରୀ ମାନେ ହେବେ ସ୍ୱାସ୍ଥ୍ୟ ସଚେତନ । ସ୍ୱାସ୍ଥ୍ୟ ଓ ସ୍ବଚ୍ଛତା ମାଧ୍ୟମରେ ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଛି ଇଷ୍ଟର୍ଣ୍ଣ ଗ୍ରୀନ୍ ଫାଉଣ୍ଡେସନ । ସରକାରୀ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ବିଶେଷକରି ଏହି ସ୍ୱାସ୍ଥ୍ୟ ସଚେତନତାରେ ସାମିଲ କରାଯାଉଛି ।
ଇଷ୍ଟର୍ଣ୍ଣ ଗ୍ରୀନ୍ ଫାଉଣ୍ଡେସନ ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ କରିଛି ଏହି ଅଭିଯାନ । ପୁରୀ ସରକାରୀ ବାଳିକା ବିଦ୍ୟାଳୟରୁ ପ୍ରଥମ କରି ଏହି ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସରକାରୀ ତଥା ବାଳିକା ବିଦ୍ୟାଳୟ ଗୁଡିକରେ ଏହି ଅଭିଯାନ ପହଞ୍ଚିବ ବୋଲି ଇଷ୍ଟର୍ଣ୍ଣ ଗ୍ରୀନ୍ ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି ।
ବିଶେଷକରି ମାସିକ ଋତୁସ୍ରାବ ସମୟରେ ସଚେତନ ହେବା ସହ ବ୍ୟକ୍ତିଗତ ଭାବରେ ପରିଷ୍କାର ରହିବା ଏବଂ ସାନିଟାରୀ ନାପକିନ ବ୍ୟବହାର ଦିଗରେ ମଧ୍ୟ ଟିସ୍ପ ଦିଆଯାଇଛି । ବିଶେଷଜ୍ଞ ଡାକ୍ତରମାନେ ବିଭିନ୍ନ ଟିପ୍ସ ଓ ଅଭ୍ୟାସମୂଳକ କାର୍ଯ୍ୟ ମାଧ୍ୟମରେ କିଶୋରୀ ସ୍ୱାସ୍ଥ୍ୟ ଯତ୍ନର ଗୁରୁତ୍ୱ ବିଷୟରେ ବୁଝାଇଥିଲେ ।
ତେବେ ଏହି ଅଭିଯାନକୁ ନେଇ ଇଷ୍ଟର୍ଣ୍ଣ ଗ୍ରୀନ ଫାଉଣ୍ଡେସନର ନିର୍ଦ୍ଦେଶିକା ମମତା ବିଶ୍ବାଳ କହିଛନ୍ତି, ଇଷ୍ଟର୍ଣ୍ଣ ଗ୍ରୀନ୍ ଫାଉଣ୍ଡେସନ୍ ପକ୍ଷରୁ ଏକ ଅଭିଯାନ ଆରମ୍ଭ ହୋଇଛି । ଯେଉଁଥିରେ ଆମେ ପ୍ରତ୍ୟେକ ସରକାରୀ ବାଳିକା ବିଦ୍ୟାଳୟକୁ ଯାଇ ସ୍ୱାସ୍ଥ୍ୟ ଓ ସ୍ବଚ୍ଛତା ବିଷୟରେ ସଚେତନ କରିବୁ । ଏହି ଅଭିଯାନ ପ୍ରଥମେ ପୁରୀରୁ ଆରମ୍ଭ ହୋଇଛି । କିନ୍ତୁ ଆଗାମୀ ଦିନରେ ସାରା ଓଡ଼ିଶାରେ ଏହି ଅଭିଯାନ ଚାଲିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories