Videos
|
Odisha

ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ

Smruti Parija
Browse all articles by Smruti Parija
·2 years ago·1 min read
ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ

ପୁରୀ: ମଣିଷ ଶରୀରରେ ବାର୍ଡ ଫ୍ଲୁ । ପୁରୀ ଚନ୍ଦନପୁର ନିକଟସ୍ଥ ମଙ୍ଗଳପୁରରେ ଜଣେ ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ମୋଡକୁ ଆସିଛି । ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି । ୧ କିଲୋମିଟର ଭିତରେ ଓ ୧ରୁ୧୦ କିଲୋମିଟର ଭିତରେ ଦୁଇ ଥାକିଆ ସର୍ଭେଲାନ୍ସ କରାଯାଇଛି । 

ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ପୁରୀ ଜିଲ୍ଲା ମଙ୍ଗଳପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିବା ଜଣେ ରୋଗୀଙ୍କଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି । ସ୍ଥିତି ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି । ସମ୍ପୃକ୍ତ ଅଞ୍ଚଳରେ ଆଶା କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ତାମିଫ୍ଲୁ ମେଡିସିନ ବିତରଣ କରୁଛନ୍ତି । 

ଲୋକଙ୍କୁ N-95 ମାସ୍କ ବଣ୍ଟାଯାଉଛି। ସ୍ବାସ୍ଥ୍ୟ ଓ ପଶୁସମ୍ପଦ ବିଭାଗ ପରସ୍ପର ମଧ୍ୟରେ ସମନ୍ବୟ ରଖି କାମ କରୁଛନ୍ତି। ଆଜିଯାଏଁ ପ୍ରାୟ 25000 ସଂଖ୍ୟାରେ କୁକୁଡ଼ା ମରା ସରିଲେଣି। 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Health department alert after detection of bird flu in humans | Argus News