Videos
|
Odisha

ମଙ୍କି ପକ୍ସକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା, କହିଲେ ବିଭାଗ ପ୍ରସ୍ତୁତ ଅଛି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମଙ୍କି ପକ୍ସକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା, କହିଲେ ବିଭାଗ ପ୍ରସ୍ତୁତ ଅଛି

ଅର୍ଗସ ବ୍ୟୁରୋ:  ମଙ୍କି ପକ୍ସକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମଙ୍କି ପକ୍ସକୁ ନେଇ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଇଣ୍ଟରନ୍ୟାସନାଲ ଟ୍ରାଭେଲ ହିଷ୍ଟ୍ରି, ପ୍ରଭାବିତ ଅଞ୍ଚଳରୁ ଯେଉଁମାନେ ବୁଲି ଆସିଛନ୍ତି ଭାରତ ସରକାରଙ୍କ ତରଫରୁ ସେମାନଙ୍କୁ ଆଇସୋଲେଟ କରି ରଖାଯାଇଛି।  ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ଆଇସୋଲେଟ କରି ରଖାଯାଇଛି। ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଚେକିଂ କଡା କଡ଼ି ହେଉଛି। ଭାରତରେ ଏ ଯାଏ ସେହିଭଳି କୌଣସି ରୋଗୀ ଚିହ୍ନଟ ହୋଇ ନାହାଁନ୍ତି। 
ଯଦି ଆଫେକଟେଡ଼ ଏରିଆରୁ କେହି ଆସନ୍ତି ତେବେ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରୋଗୀ ଚିହ୍ନଟ କରାଯିବାର ବ୍ୟବସ୍ଥା ହୋଇଛି। ପ୍ରୋଟୋକଲ ହିସାବରେ ପରୀକ୍ଷା ନିରୀକ୍ଷା କରାଯାଉଛି ତାହା ସହ ଆଇସୋଲେଟ କରି ରଖାଯାଇଛି।

ପରବର୍ତୀ ଯାହା ତଥ୍ୟ ଭାରତ ସରକାରଙ୍କ ତରଫରୁ ଆସିବ। କେହି ଭୟଭୀତ ହେବାର ଆଵଶ୍ୟକତା ନାହିଁ।  ମଙ୍କି ପକ୍ସ୍କୁ ଆଭୋଏଡ଼ କରିବାକୁ ହେଲେ ଡ଼ାଇରେକ୍ଟ କଣ୍ଟାକଟକୁ ଏଡେଇବାକୁ ହେବ। ପ୍ରଭାବିତ ଅଂଚଳରୁ ଆସିଥିବା ବ୍ୟକ୍ତିଙ୍କ ନିକଟରେ ଲକ୍ଷଣ ଦେଖାଗଲେ ତାଙ୍କୁ ବିମାନ ବନ୍ଦରରେ ସଂଘରୋଧ ହୋଇ ରହିବେ। ଏ ବାବଦରେ  WHO ରୁ ନିର୍ଦେଶନାମା ଜାରି ହୋଇଛି। ଇଣ୍ଟରନ୍ୟାସନାଲ ଏୟାରପୋର୍ଟଗୁଡିକରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ମହଜୁଦ ରହିଛି। ବିଭାଗ ତୀକ୍ଷ୍ଣ ନଜର ମଧ୍ୟ ରଖିଛି।  ଏହାର ଲକ୍ଷଣ ଜ୍ଵର ସହିତ  ଘିମିରିରୁ ଆରମ୍ଭ ହୋଇ ପାଣି ଫୋଟକା ପରି ଶରୀରରେ ଚିହ୍ନ  ହୋଇଥାଏ। ଆଇସୋଲେସନ ଥିବା ବ୍ୟକ୍ତି ମଧ୍ୟ ଭଲରେ ରହିଛି। ଯିଏ ଆଇସୋଲେସନରେ ରହିଛି ସେହି ବ୍ୟକ୍ତି ଭଲରେ ଥିବା ସ୍ପଷ୍ଟ କରିଛନ୍ତି ଭାରତ ସରକାର।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: