Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Heat Wave Alert; ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁନି

Odisha

Heat Wave Alert; ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁନି

Smruti Parija
Browse all articles by Smruti Parija
·1 year ago·1 min read
Heat Wave Alert; ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁନି

୫ ଦିନ ଜଳିବ ଓଡ଼ିଶା । ଆଗାମୀ ପାଞ୍ଚ ଦିନ ପାଇଁ ହିଟୱେଭ୍ ଓ ତିନି ଦିନ ସିଭିଅର ହିଟ୍ ୱେଭ୍ ଆଲର୍ଟ ଜାରି କଲା ଆଂଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ସିଭିୟର ହିଟ ୱେଭ୍ ନେଇ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ବୌଦ୍ଧ,ଝାରସୁଗୁଡ଼ା, ବଲାଙ୍ଗିର,ସୁନ୍ଦରଗଡ଼,ସମ୍ବଲପୁର ।


ଗରମ ଓ ଗୁଳୁଗୁଳି ଯୋଗୁଁ ଅସୁସ୍ଥ ହେଲେଣି ୫୦ ରୁ ଅଧିକ ଲୋକ , ସତର୍କ କରାଇଲା ସ୍ଵାସ୍ଥ୍ୟ ବିଭାଗ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ 4 ଜିଲ୍ଲାକୁ ୟେଲୋ ଆଲର୍ଟ, 11 ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର । ଦିନ 11 ରୁ 4 ଯାଏଁ ଘରେ ରୁହନ୍ତୁ କାମ ନଥିଲେ ବାହାରକୁ ବାହାରନ୍ତୁନି । ବାହାରିଲେ ମୁଣ୍ଡରେ କପଡା ପକାଇ ବାହାରନ୍ତୁ । ପିଲା, ବୟସ୍କ ଲୋକମାନେ ଖରା ସମୟରେ ଘରେ ରୁହନ୍ତୁ । ସତର୍କ କରାଇଛନ୍ତି ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।


ସେପଟେ ଏତେ ଗରମ ଓ ଗୁଳୁଗୁଳି ହେଉଛି ଘରୁ ବାହାରିବା ବହୁତ ମୁସ୍କିଲ ହୋଇପଡିଲାଣି । ଦିନ 11 ଟା 30ରୁ ହିଁ ତାପମାତ୍ରା 42 ଡିଗ୍ରୀ ଅତିକ୍ରମ କରୁଛି । ଟାଇଁ ଟାଇଁ ଖରାରେ ଘର ବାହାରିବା ମାତ୍ରେ ମୁଣ୍ଡ ବୁଲାଇଦେଉଛି । ଆଜି ଦିନ 2ଟା 30 ସୁଦ୍ଧା ପଶ୍ଚିମ ଓଡ଼ିଶାର 3 ସହରରେ 44ଡ଼ିଗ୍ରୀ ଛୁଇଁଛି ପାରଦ । ସେହିପରି ଝାରସୁଗୁଡା 44.8°C, ସମ୍ବଲପୁର 44.2°C,ହୀରାକୁଦ 44.0°C,ରାଉରକେଲା 42.2°C,କେନ୍ଦୁଝର 38.4°C,ଚାନ୍ଦବାଲି 38°C,ଭୁବନେଶ୍ୱର 35.8°C ରେକର୍ଡ ହୋଇଛି ।


Sponsored
heat-wave-alert-for-five-days | Argus News