Videos
|
Odisha

ବଢ଼ୁଛି ତାପମାତ୍ରା, ଏପ୍ରିଲରେ ୩ରୁ ୮ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବଢ଼ୁଛି ତାପମାତ୍ରା, ଏପ୍ରିଲରେ ୩ରୁ ୮ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ

ଅର୍ଗସ ବ୍ୟୁରୋ:  ଅସହ୍ୟ ତାତିରେ ସିଝିବ ସାରା ଓଡିଶା । ଚଳିତ ଏପ୍ରେଲ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା । ଏବର୍ଷ ଏପ୍ରିଲରେ ୩ରୁ ୮ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ପୂର୍ବରୁ ଏପ୍ରିଲ ମାସରେ ହାରାହାରି ୧ରୁ ୩ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିଲା । ଅପ୍ରେଲରୁ ଜୁନ ମଧ୍ୟରେ ସ୍ୱାଭାବିକ ତୁଳନାରେ ୬ ରୁ ୧୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ର ଅବଧି ଅନୁଭୂତ ହେବାର ସମ୍ଭାବନା ରହିଛି । ଗତକାଲି ରାଜ୍ୟର ୮ ସହରରେ ୪୦ ଡିଗ୍ରୀ ଛୁଇଁଛି ପାରଦ। ଝାରସୁଗୁଡା ଓ ବାରିପଦାରେ ସର୍ବାଧିକ ୪୦.୪ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଥିବାବେଳେ ବଲାଙ୍ଗୀରରେ ତାପମାତ୍ରା ୪୦.୩ ଡିଗ୍ରୀ ରହିଛି।

ଟ୍ୱିନ ସିଟିରେ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଏବଂ ଟିଟଲାଗଡରେ ୪୦ ଡିଗ୍ରୀ ଛୁଇଁଛି ତାତି। ଏପ୍ରିଲ ୪ରୁ ୬ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଗମୀ ୨ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨-୪ ଡିଗ୍ରୀ ବଢିବାର ସମ୍ଭାବନା ରହିଛି l ବିଶେଷ କରି ଆଭ୍ୟନ୍ତରିଣ ଓ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
heat wave in bhubaneswar | Argus News