ଅସହ୍ୟ ତାତି ସହ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ପଶ୍ଚିମଠୁ ଉପକୂଳ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଅସହ୍ୟ ତାତି ସହ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ପଶ୍ଚିମଠୁ ଉପକୂଳ । ସେପଟେ ଦିଲ୍ଲୀରେ ତାତି ଭାଙ୍ଗିଲା 79 ବର୍ଷର ରେକର୍ଡ। ତାପମାତ୍ରା 52 ଡିଗ୍ରୀ ପାର୍ । ଆଉ 24 ଘଣ୍ଟା ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ବଲାଙ୍ଗୀର , ସୋନପୁର , ଝାରସୁଗୁଡା, ବୌଦ୍ଧ , କନ୍ଧମାଳ ଓ କଳାହାଣ୍ଡିରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଅନୁଗୁଳ, କେନ୍ଦୁଝର, ନୂଆପଡା, ସୁନ୍ଦରଗଡରେ ଗ୍ରୀଷ୍ମ ପ୍ରଵାହ ରହିବ। ଏହାସହ ରାତିରେ ମଧ୍ୟ ଅନୁଭୂତ ହେବ ଅସହ୍ୟ ଗରମ ।
ସେପଟେ ୩୧ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଜୁନ ୧ ଓ ୨ ତାରିଖରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ୪୦ ରୁ ୫୦ କିମି ପବନ ବହିବ। ବିଶେଷକରି ଉତ୍ତର ଓ ଅଭ୍ୟନ୍ତରୀଣ ଉପକୂଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: