ଅସହ୍ୟ ଗରମରେ ସନ୍ତୁଳି ହେଉଛି ମଣିଷ
·2 years ago

ଅର୍ଗସ ବ୍ୟୁରୋ: ଅସହ୍ୟ ଗରମରେ ସନ୍ତୁଳି ହେଉଛି ମଣିଷ। ସକାଳ 8ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଶୁକ୍ରବାର ଅପେକ୍ଷା ଶନିବାର ତାପମାତ୍ରା 1ରୁ 2 ଡିଗ୍ରୀ କମ୍ ଥିଲେ ବି ପ୍ରବଳ ଗରମ ଅନୁଭୂତ ହେଉଛି । ଏ ସବୁ ଭିତରେ କିନ୍ତୁ ଆଶ୍ବସ୍ତି ଆଣିଛି କାଳବୈଶାଖୀ ଖବର। ଆଜିଠୁ କାଳବୈଶାଖୀର ସମ୍ଭାବନା । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।
7 ଓ 8 ତାରିଖ ରାଜ୍ୟରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ରବିବାର 2ରୁ 4 ଡିଗ୍ରୀ କମିପାରେ ତାପମାତ୍ରା। ବର୍ଷା ପାଇଁ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର , ଯାଜପୁର, କଟକକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । 40 ରୁ 50 କିମି ବେଗରେ ପବନ ବହିପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: