Videos
|
Odisha

ଅସହ୍ୟ ହେଉଛି ତାତି, ୨୦ ଯାଏଁ ନିସ୍ତାର ନାହିଁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅସହ୍ୟ ହେଉଛି ତାତି, ୨୦ ଯାଏଁ ନିସ୍ତାର ନାହିଁ

ଅର୍ଗସ ବ୍ୟୁରୋ:  ୨୦ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର । ଆଗାମୀ ୫ ଦିନ ଆହୁରି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆହୁରି ଜଳିବ ଓଡିଶା। ବଢିବ ଦିନ ତାପମାତ୍ରା। ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୭ରୁ ୨୦ ତାରିଖ ଯାଏ ଅନେକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ। ଏହା ସହ କିଛି କିଛି ଜିଲାରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ଛୁଇଁପାରେ ନେଇ ଆକଳନ କରିଛି ବିଭାଗ ।

ନୟାଗଡ଼, ମୟୁରଭଞ୍ଜ, ନୂଆପଡା, ଗଜପତିରେ ହୋଇପାରେ ତାପମାତ୍ରାର ବର୍ଷା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ଟି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ସବୁଠୁ ଅଧିକ ବର୍ଷା ୧୮ ମିମି କେନ୍ଦ୍ରାପଡାରେ ରେକର୍ଡ ହୋଇଛି। ରାଜ୍ୟରେ ବାରିପଦା ସବୁଠୁ ଅଧିକ ତାପମାତ୍ରା ଗତକାଲି ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେପଟେ ୨୦ ତାରିଖ ପରଠାରୁ ସ୍ୱଳ୍ପ ଆସ୍ୱସ୍ତି ମିଳିପାରେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
heat wave temperature in odisha today | Argus News