Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତାତିରୁ ମିଳିବନି ନିସ୍ତାର, ୧୨ରୁ ବଢିବ ସୂର୍ଯ୍ୟଙ୍କ ଉତ୍ତାପ 

Odisha

ତାତିରୁ ମିଳିବନି ନିସ୍ତାର, ୧୨ରୁ ବଢିବ ସୂର୍ଯ୍ୟଙ୍କ ଉତ୍ତାପ 

Manini Pattanayak
Browse all articles by Manini Pattanayak
·2 years ago·1 min read
ତାତିରୁ ମିଳିବନି ନିସ୍ତାର, ୧୨ରୁ ବଢିବ ସୂର୍ଯ୍ୟଙ୍କ ଉତ୍ତାପ 

ଭୁବନେଶ୍ୱର:  ୧୨ ତାରିଖରୁ ରାଜ୍ୟରେ ବଢିବ ତାତି। ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ। ଉପାନ୍ତରୁ ଉପକୂଳ ସବୁଠି ତାପମାତ୍ରା ବୃଦ୍ଧି ହେବ। ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପ୍ରଭାବରେ ରାଜ୍ୟରେ ଆରମ୍ଭ ହେବ ଗ୍ରୀଷ୍ମ ଲହରୀ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ରାଜ୍ୟରେ ଏକ ପଶ୍ଚିମା ଝଡ ସକ୍ରୀୟ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହେଉଛି। ବିଶେଷ କରି ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ସାମୁଦ୍ରିକ ପବନ ବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ଆର୍ଦ୍ରତା ବୃଦ୍ଧି ପାଉଛି।

ଫଳରେ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଛି। ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରାଯାଇଛି। ଆଜି ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ ବୌଦ୍ଧରେ ହାଲୁକା ବର୍ଷା ହେବ। ବାକି ଓଡ଼ିଶାର ଜିଲ୍ଲା ଗୁଡିକରେ ଶୁଖିଲା ପାଗ ରହିବ। ସେହିଭଳି ୮ ଏବଂ ୯ ତାରିଖରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ, ଭଦ୍ରକ, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ ଏବଂ ନବରଙ୍ଗପୁରରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି। ୧୦, ୧୧ ତାରିଖରୁ ପାଗ ଶୁଖିଲା ରହିବା ସହ ୧୨ ତାରିଖରୁ ଉପରମୁହାଁ ହେବ ପାରଦ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heat will increase in the state from 12th. | Argus News