Videos
|
Odisha

ଆସନ୍ତାକାଲିଠୁ ପୁଣି ରାଜ୍ୟରେ ହିଟଓ୍ବେଭ ସ୍ଥିତି

Ritu Das
Browse all articles by Ritu Das
·2 years ago·2 min read
ଆସନ୍ତାକାଲିଠୁ ପୁଣି ରାଜ୍ୟରେ ହିଟଓ୍ବେଭ ସ୍ଥିତି

ଅର୍ଗସ ବ୍ୟୁରୋ: ତାତିରୁ ମିଳିଛି ଆଶ୍ବସ୍ତି। କାଳବୈଶାଖୀ ବର୍ଷା ପ୍ରଭାବରେ କମିଛି ତାତି । ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କମିଛି ତାତି। ହେଲେ ଆସନ୍ତାକାଲିଠାରୁ ପୁଣି ରାଜ୍ୟରେ ଜାରି ହେବ ହିଟ ୱେଭ, ବଢିବ ତାତି । ୪ ଓ ୫ ତାରିଖ  ପାଇଁ ଗ୍ରୀଷ୍ମ ପ୍ରବାହ ସହ ଆଗାମୀ ୫ ଦିନରେ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆସନ୍ତା କାଲିଠାରୁ ୨ ରୁ ୪  ଡିଗ୍ରୀ ତାପମାତ୍ରା ବଢିବା ସହ ଉପକୂଳରେ ପୁଣି  ଲାଗିରହିବ ଗୁଳୁଗୁଳି। ୭ ତାରିଖ ଯାଏ ଏଭଳି ଗୁଳୁଗୁଳି ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏନେଇ ଉପକୂଳର ଜିଲ୍ଲାଗୁଡିକରେ ୟେଲୋ ଆଲର୍ଟ  ଜାରି କରିଛି ବିଭାଗ।  ଆଉ କେତେକ ସ୍ଥାନରେ ୪୨ ଡିଗ୍ରୀ  ତାପମାତ୍ରା ରେକର୍ଡର ଆକଳନ କରିଛି ପାଣିପାଗ ବିଭାଗ । 

ସୋନପୁର, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ନୂଆପଡା,କନ୍ଧମାଳ ଜିଲ୍ଲା ରେ  ୪୨ ଡିଗ୍ରୀ ଉପରେ ତାପମାତ୍ରା  ରହିବା ସହ ୟେଲୋ ଆଲର୍ଟ ଜାରିକରିଛି ପାଣିପାଗ ବିଭାଗ। ବିଶେଷ କରି ଉପକୂଳ ଜିଲ୍ଲାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି , ଗଂଜାମ , କନ୍ଧମାଳ , ନୟାଗଡ , ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ମୟୁରଭଞ୍ଜରେ ଗ୍ରୀଷ୍ମ ପ୍ରବାହ ରହିବ ବୋଲି  ଆକଳନ କରିଛି ପାଣିପାଗ ବିଭାଗ ।ଏହା ସହ ଆସନ୍ତାକାଲି  ଉଷ୍ମ  ଓ ଆଦ୍ର ସ୍ଥିତି ବି ଲାଗିରହିବ । 

ସେହିପରି ଆଜି କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବ। ବର୍ତ୍ତମାନ ରାଜ୍ୟରେ ଏବେ ବଡ ବର୍ଷା ନଥିବା ବେଳେ ଆସନ୍ତା ୫ ଦିନ  ଯାଏ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି। ୬ ଓ  ୭ ତାରିଖ ବେଳକୁ ବର୍ଷାର ପରିମାଣ ବଢିବା ସହ ସାରା ରାଜ୍ୟରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ। ଏହି ସମୟରେ ଝଟକା ପବନ ୪୦ ରୁ ୫୦ କିମି ବେଗରେ ବହିବ ବୋଲି ଆକଳନ କରିଛି ବିଭାଗ । ସେପଟେ ବର୍ତ୍ତମାନ ମୌସୁମୀ କେବେ ଛୁଇଁବ ତାହା  ବିଭାଗ ସ୍ପଷ୍ଟ କରିନଥିବା ବେଳେ ଓଡିଶାରୁ ଆସିବାର ପ୍ରକ୍ରିୟା ଆରମ୍ଭ ସହ ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

ଅନ୍ୟପଟେ ଗତ ୨୪  ଘଣ୍ଟାରେ  ରାଜ୍ୟରେ କାଳବୈଶାଖୀ ବର୍ଷା ଅନେକ ସ୍ଥାନରେ  ହୋଇଥିବା ବେଳେ କଟକ ମାହାଙ୍ଗାରେ ସର୍ବାଧିକ ୧୪୦.୦୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ତାତି ସହ ଗୁଳୁଗୁଳି ଲାଗି ରହିଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ୪୨.୫  ଡିଗ୍ରୀ ତାପମାତ୍ରା ରେକର୍ଡ  କରାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ପାଣିପାଗ ଖବର 

Heatwave | Argus News