Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉପାନ୍ତରୁ ଉପକୂଳ ସବୁଠି ଅସମ୍ଭାଳ ତାତି

Odisha

ଉପାନ୍ତରୁ ଉପକୂଳ ସବୁଠି ଅସମ୍ଭାଳ ତାତି

Smruti Parija
Browse all articles by Smruti Parija
·2 years ago·1 min read
ଉପାନ୍ତରୁ ଉପକୂଳ ସବୁଠି ଅସମ୍ଭାଳ ତାତି

ଭୁବନେଶ୍ୱର: ଏବେଠୁ କଲବଲ କଲାଣି ତାତି(Heat Wave) । ମଙ୍ଗଳବାରଠୁ ରାଜ୍ୟରେ ଉପରମୁହାଁ ହେବ ପାରଦ । ଉପାନ୍ତରୁ ଉପକୂଳ ସବୁଠି ହେବ ଅସମ୍ଭାଳ ତାତି । ସ୍ବାଭାବିକ ଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । କାଲିଠୁ ରାଜ୍ୟରେ ବଦଳିବ ପାଗ (Weather Update) । ଶୁଖିଲା ପାଗ ସହ ମେଘମୁକ୍ତ ଆକାଶ ପାଇଁ ବଢିବ ତାତି(Heat Wave) । 

ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶା ହେବ ଅସମ୍ଭାଳ (Odisha) । ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ଆଶଙ୍କା କରାଯାଉଛି ।(Summer Season) ଉପକୂଳ ଓଡ଼ିଶାରେ ତାତି ସହ ଗୁଳୁଗୁଳି କରିବ ଅସ୍ତବ୍ୟସ୍ତ । ରାଜଧାନୀ ଭୁବନେଶ୍ବର ସମେତ କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, ଅନୁଗୁଳ ଏବଂ ଢେଙ୍କାନାଳରେ ଗ୍ରୀଷ୍ମପ୍ରବାହ ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଭାଗ(regional metrological department) । 

ସେପଟେ ଗାଁ ଠୁ ସହର ଏବେ ଠୁ ସକାଳ 7 ବାଜିଲେ ଟାଇଁ ଟାଇଁ ଖରା ହେଉଛି(Heat Wave) । ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ସେ ଘରେ ହେଉ କି ବାହାରେ ଗୁଳୁଗୁଳି ନାକେଦମ୍ କରୁଛି(Weather Update) । ମାର୍ଚ୍ଚ ପ୍ରଥମ ସପ୍ତାହରେ ଏପରି ଅବସ୍ଥା ହେଲେ ଏପ୍ରିଲ୍ , ମେ ରେ କଣ ହେବ ବୋଲି ଲୋକେ ଏବେ ଠୁ ଛାନିଆଁ ହେଲେଣି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ପାଣିପାଗ ଖବର...
 

Sponsored
Heatwave conditions began in-march | Argus News