Videos
|
Odisha

ତାତିରୁ ନାହିଁ ନିସ୍ତାର, ଆହୁରି ଦୁଇରୁ ତିନି ଦିନ ନିଆଁ ବର୍ଷା...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ତାତିରୁ ନାହିଁ ନିସ୍ତାର, ଆହୁରି ଦୁଇରୁ ତିନି ଦିନ ନିଆଁ ବର୍ଷା...

ଅର୍ଗସ ବ୍ୟୁରୋ:  ତାତିରୁ ନାହିଁ ନିସ୍ତାର । ଆହୁରି ଦୁଇରୁ ତିନି ଦିନ ଯାଏଁ ରହିବ ହିଟ୍ ଓ୍ଵେଭର ପ୍ରଭାବ । ଆଜି ବି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୪୫ ଡିଗ୍ରୀ ଟପିବା ଆଶଙ୍କା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ଟ୍ଵିନ ସିଟି ସହ ବୌଦ୍ଧ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଦୁଇ ଦିନ ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏ ହ୍ରାସ ପାଇବା ସମ୍ଭାବନା ରହିଛି । ୬ ଓ ୭ ତାରିଖବେଳକୁ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ଆଜି ସକାଳ 8ଟା 30 ସୁଦ୍ଧା 35 ଟପିଲା 12 ସହରର ତାପମାତ୍ରା । 38.4 ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର । ଭବାନୀପାଟଣା 37.4, ବାରିପଦା 36.4, ବଲାଙ୍ଗୀର 36.2, ଟିଟିଲାଗଡ଼ ଓ ବାଲେଶ୍ୱର 36, ହୀରାକୁଦ 35.6,ଝାରସୁଗୁଡା ଓ  କେନ୍ଦୁଝର 35.4, କଟକ, ସମ୍ବଲପୁର, ମାଲକାନଗିରି ଓ  ବୌଦ୍ଧରେ 35, ସୋନପୁର ଓ ଭୁବନେଶ୍ୱରରେ 34.8 ଏବଂ ରାଉରକେଲାରେ 34.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Heatwave conditions grip Odisha | Argus News