Weather Alert / ରାଜ୍ୟରେ ବଢିବ ତାତି, ୪୦ ଡିଗ୍ରି ରହିବ ତାପମାତ୍ରା
·5 months ago·2 min read

Key Points
ରାଜ୍ୟରେ ବଢିବ ତାତି
ଆସନ୍ତା ୧୧ ତାରିଖଠାରୁ ରାଜ୍ୟରେ ବଢିବ ତାତି
ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହିବାର ସମ୍ଭାବନା

ଭୁବନେଶ୍ବର, ଆସନ୍ତା ୧୧ ତାରିଖଠାରୁ ରାଜ୍ୟରେ ବଢିବ ତାତି। ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଟିଟିଲାଗଡ଼ ତାପମାତ୍ରା ୪୦ ଡିଗ୍ରି ଛୁଇଁବାକୁ ଥିବା ବେଳେ ପଶ୍ଚିମଓଡ଼ିଶାର ସମସ୍ତ ସହରର ଦିନର ତାପମାତ୍ରା ୩୭ ଡିଗ୍ରିରୁ ଅଧିକ ରହିବ।ର ସମ୍ଭାବନା ରହିଛି। ୧୨ ତାରିଖରେ ଟିଟିଲାଗଡ଼ ବ୍ୟତୀତ ବଲାଙ୍ଗୀର, ଭବାନୀପାଟଣା, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ବରଗଡ଼, ନୂଆପଡ଼ା ଜିଲ୍ଲାର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହିବାର ସମ୍ଭାବନା ରହିଛି।
ଭୁବନେଶ୍ବର, କଟକ ସମେତ ଉପକୂଳ ଓଡ଼ିଶାର ତାପମାତ୍ରା ମଧ୍ୟ ୩୮ ଡିଗ୍ରି ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉତ୍ତର ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ମାର୍ଚ୍ଚ ୯ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝର ଏବଂ ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ, ପବନ ସହ ବର୍ଷା ହୋଇପାରେ। ପରବର୍ତ୍ତୀ ୭ ଦିନର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ଦିନରେ ଝାରସୁଗୁଡ଼ା ସହରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ୩୭, ବଲାଙ୍ଗୀରରେ ୩୬.୫, ନୟାଗଡ଼ରେ ୩୬.୨, ଭବାନୀପାଟଣାରେ ୩୬.୧, ସୁନ୍ଦରଗଡ଼ ଓ ନୂଆପଡ଼ାରେ ୩୬ ଡିଗ୍ରି ରହିଥିଲା।
ସେପଟେ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଚେତାବନୀ ଦେଇଛି।। ଚଳିତ ମାର୍ଚ୍ଚରେ ଅତ୍ୟଧିକ ଉତ୍ତାପ ତାଲିକାରେ ବିଦର୍ଭର ନାମ ଯୋଡ଼ି ହୋଇଛି।
ମହାରାଷ୍ଟ୍ରର ଆଭ୍ୟନ୍ତରୀଣ ଅଞ୍ଚଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକର କେତେକ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୩୭-୪୧ ଡିଗ୍ରି ସେଲସିୟସ୍ ମଧ୍ୟରେ ରହିଥିଲା । ପଞ୍ଜାବ, ହରିୟାଣା, ଦିଲ୍ଲୀ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର ଓ ଲଦାଖରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରି ସେଲସିୟସରୁ ଅଧିକ ଥିଲା ବୋଲି ଶନିବାର ଆଇଏମ୍ଡି କହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ସୋମବାର ପର୍ଯ୍ୟନ୍ତ ଉପକୂଳ, କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶ ଓ ରାୟଲସୀମା ଲସୀମା ଗ୍ରୀଷ୍ମ ପ୍ରବାହର କବଳରେ ରହିବ ଆଇଏମ୍ଡି କହିଛି ଯେ ଉତ୍ତର ତାମିଲନାଡୁରେ ମଧ୍ୟ ଚଳିତ ଋତୁରେ ପ୍ରାରମ୍ଭିକ ଗ୍ରୀଷ୍ମ ଲହରି ଅନୁଭୂତ ହେବ ଏବଂ ଏହା ସୋମବାର ପର୍ଯ୍ୟନ୍ତ ରହିବ। ମାର୍ଚ୍ଚ ୯ରୁ ୧୧ ମଧ୍ୟରେ ଗୁଜରାଟ ଓ କଳ୍ପ-ସୌରାଷ୍ଟ୍ର ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ |
ପଢନ୍ତୁ ଏହି ଖବର: ଆଜିଠୁ ବଦଳିବ ପାଗର ମିଜାଜ୍; ସକ୍ରିୟ ହେଲା ଘୂର୍ଣ୍ଣିବଳୟ

Related Topics
Explore more stories