Rain Alert / ଆଜିଠୁ ବଦଳିବ ପାଗର ମିଜାଜ୍; ସକ୍ରିୟ ହେଲା ଘୂର୍ଣ୍ଣିବଳୟ
·5 months ago·2 min read

Key Points
ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସକ୍ରିୟ
ଆଜିଠୁ ବଦଳିବ ପାଗର ମିଜାଜ୍
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା
ଆଜିଠୁ ବଦଳିବ ପାଗର ମିଜାଜ୍
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା
ତାତିରୁ ମିଳିବ ତ୍ରାହି । ଆଜିଠୁ ବଦଳିବ ପାଗର ମିଜାଜ୍ । କାଳବୈଶାଖୀ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ । ଓଡିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଉତ୍ତର ଓଡ଼ିଶା ଓ ଏହାର ସଂଲଗ୍ନବର୍ତ୍ତୀ ପଶ୍ଚିମବଙ୍ଗ ଅଞ୍ଚଳ ଦେଇ ଏକ ଘୂର୍ଣ୍ଣିବଳୟ ରହିଛି । ଫଳରେ ବଙ୍ଗୋପସାଗରରୁ ଜଳୀୟବାଷ୍ପ ରାଜ୍ୟକୁ ପ୍ରବେଶ କରିବ । ଯାହା କାଳବୈଶାଖୀ ବର୍ଷା କରିବାରେ ସହାୟକ ହେବ । ଯାହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ସହ ସହ ବିଜୁଳି ଘଡଘଡି ନେଇ ଆକଳନ କରାଯାଇଛି ।
ଏଥିଲାଗି ବାଲେଶ୍ଵର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ଜାରି ହୋଇଛି ହଳଦିଆ ଚେତାବନୀ । ଏହି ସମୟରେ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ପାଇଁ ୪ ଜିଲ୍ଲା ଅର୍ଥାତ କେନ୍ଦୁଝର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ଥିବାରୁ ଜାରି ହୋଇଛି ହଳଦିଆ ଚେତାବନୀ ।
ଅନ୍ୟପଟେ ବିଜୁଳି ଘଡଘଡି ସମୟରେ ବାହାରକୁ ନ ବାହାରିବା ସହ ଗଛ ତଳେ ଛିଡା ହୁଅନ୍ତୁ ନାହିଁ । ବିଜୁଳି ଘଡ଼ଘଡ଼ି ଆସିଲେ ପକ୍କାଘରକୁ ଚାଲି ଯାଆନ୍ତୁ ଏବଂ ସୁରକ୍ଷିତ ସ୍ଥାନରେ ଥିବା ନିଶ୍ଚିତ କରନ୍ତୁ ବୋଲି ଉପଦେଶ ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ଏହା ପରେ ଦିନ ତାପମାତ୍ରା ୧ରୁ ୨ ଡିଗ୍ରୀ ହ୍ରାସ ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗର ବୈଜ୍ଞାନିକ ସଞ୍ଜୀବ ଦ୍ଵିବେଦୀ ସୂଚନା ଦେଇଛନ୍ତି ।
ମାର୍ଚ୍ଚ ମାସ ଆରମ୍ଭରୁ ରାଜ୍ୟରେ ତାତି ବଢିଛି । ଦିନ ୧୧ଟା ପରେ ଘରୁ ବାହାରିବା ଅସମ୍ଭାଳ ହେଲାଣି । କିଛି ଦିନ ତଳେ ରାଜ୍ୟର ୧୭ଟି ସ୍ଥାନରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଗକୁ ଏଥର ତାତି ଅସହ୍ୟ ହେବ ବୋଲି ଆଶଙ୍କା କରାଯାଉଛି । ତାତି ଅସହ୍ୟ ହେବା ପୂର୍ବରୁ ରାଜ୍ୟରେ ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ । ବର୍ଷା ହେବା ଫଳରେ ଅନେକଙ୍କୁ ତାତିରୁ ରକ୍ଷା ମିଳିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ଖବର ପଢନ୍ତୁ...
Related Topics
Explore more stories