SOP For Heat Wave / ହିଟୱେଭ ସାମ୍ନା କରିବା ପାଇଁ SOP, କଲ ଆସିବାର ୨୦ ମିନିଟ ଭିତରେ ପହଞ୍ଚିବ ଆମ୍ବୁଲାନ୍ସ
·5 months ago·2 min read

Key Points
ହିଟୱେଭକୁ ସାମ୍ନା କରିବା ପାଇଁ SOP
ଅଧିକ ଖରା ହେଉଥିବା ଜାଗାରେ ହିଟ ୱେଭ ଆଶ୍ରୟ ସ୍ଥଳୀ
କଲ ଆସିବାର 20 ମିନିଟ ଭିତରେ ଆମ୍ବୁଲାନ୍ସ ପହଞ୍ଚିବ
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୁଚନା

ଭୁବନେଶ୍ବର,୧୮/୦୪: ହିଟ ୱେଭକୁ ସାମ୍ନା କରିବା ପାଇଁ ନୂଆ SOP ପ୍ରସ୍ତୁତ କରିଛି ରାଜସ୍ବ ବିଭାଗ । ଏନେଇ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରସିଂରେ ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ । ଆବଶ୍ୟକତା ଠାରୁ ଅଧିକ ଖରା ହେଉଥିବା ଜାଗାରେ ହିଟ ୱେଭ ଆଶ୍ରୟ ସ୍ଥଳୀ ନିର୍ମାଣ କରିବେ ସରକାର । ଜିଲ୍ଲାପାଳଙ୍କୁ ଏଥିପାଇଁ ଅଧିକୃତ କରାଯାଇଛି । ସରକାର ଦେଇଥିବା SOP ବାହାରେ ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ।
ଦିନ 11ଟାରୁ ଅପରାହ୍ଣ 3ଟା ପର୍ଯ୍ୟନ୍ତ ପ୍ରବଳ ଖରା ଅନୁଭୂତ ହେଉଛି । ଏହି ସମୟରେ ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରିବେ । ରାସ୍ତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ, ORS, ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଆମ୍ବୁଲାନ୍ସକୁ ସତର୍କ କରାଯାଇଛି । କଲ ଆସିବାର 20 ମିନିଟ ଭିତରେ ଆମ୍ବୁଲାନ୍ସ ପହଞ୍ଚିବ ।
ତାତି ଆହୁରି ବଢ଼ିବ। ଅସମ୍ଭାଳ ହେବ। ତତଲା ପବନର ଜ୍ଵାଳା ଦେହ, ହାତ ପୋଡ଼ି ପକାଇବ। ଦିନକରେ ୨ରୁ ୩ ଡିଗ୍ରୀ ଯାଏ ବଢ଼ି ଯାଇପାରେ। ସବୁଠୁ ଅଧିକ ଜଳିବ ପଶ୍ଚିମ ଓଡ଼ିଶା I ରାତି ବେଳା ବି ଛଟପଟ କରିବ ଗରମ। ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଅସହ୍ୟ ହେବ। ଏଭଳି ସତର୍କ କରାଇଛି ପାଣିପାଗ ବିଭାଗ।
ଭୀଷଣ ଗ୍ରୀଷ୍ମପ୍ରବାହ ଆଶଙ୍କା ଥିବାରୁ ଗତକାଲି ୪ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ ଆଜି ୨ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆଜିଠାରୁ ଏପ୍ରିଲ ୨୨ ତାରିଖ ଯାଏ ବୌଦ୍ଧ ଜିଲ୍ଲାରେ ସ୍କୁଲ, ଅଙ୍ଗନବାଡି ଛୁଟି ଘୋଷଣା କରାଯାଇଥିବା ବେଳେ କଳାହାଣ୍ଡି, ସୁବର୍ଣ୍ଣପୁର ଏବଂ ବଲାଙ୍ଗିର,ବୌଦ୍ଧ,ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରେ ବି ଛୁଟି ଘୋଷଣା କରାଯାଇଛି। ଆଜି ଠାରୁ ଅର୍ଥାତ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା । ଯେଉଁ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଜାରି ରହିଛି ସେଠାରେ ତାତି ରୁ ରକ୍ଷା ପାଇବା ପାଇଁ ପାନୀୟଜଳ ବ୍ୟବସ୍ଥା କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଅସହ୍ୟ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡ଼ିଶା,୧୧ ଜିଲାକୁ ଓ୍ବାର୍ଣ୍ଣିଂ
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ୧୭ରୁ ୨୧ ଯାଏ ସରକାରୀ ସ୍କୁଲ, ବେସରକାରୀ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସେହିଭଳି ସପ୍ଲିମେଣ୍ଟାରୀ ପରୀକ୍ଷା ସମୟ ସକାଳ ୭ଟାରୁ ୯ଟା ରଖିବାକୁ ଧାର୍ଯ୍ୟ କରାଯାଇଛି । ଗ୍ରୀଷ୍ମ ପ୍ରବାହ ନେଇ ସମ୍ବଲପୁର ରେ ବି ଛୁଟି ଘୋଷଣା । ଜିଲ୍ଲାରେ ସୋମବାର ଠୁ ୩ ଦିନ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, କଲେଜ ଛୁଟି ଘୋଷଣା । ୨୦, ୨୧ ଓ ୨୨ ଯାଏ ଛୁଟି ଘୋଷଣା କଲେ ସମ୍ବଲପୁର ଜିଲ୍ଲାପାଳ ସୂଚନା ଦେଲେ ।
ଏପଟେ ନବରଙ୍ଗପୁର ଜିଲାପାଳ ଙ୍କ ନୋଟିସ। ଆସନ୍ତା ୨୦ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍କୁଲ, କଲେଜ, ଅଙ୍ଗନବାଡି, ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ, ଟେକ୍ନିକାଲ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ବଳବତ୍ତର ରହିବ। ସକାଳୁଆ ପରୀକ୍ଷା ହୋଇପାରେ।

Related Topics
Explore more stories