Heatwave Alert / ଆଗକୁ ଅସମ୍ଭାଳ ତାତି, ୩ ଦିନରେ ବଢ଼ିବ ୩ ଡିଗ୍ରି,୪୫ ଡିଗ୍ରୀ ମୁହାଁ ପାରଦ
·3 months ago·2 min read

Key Points
ଆହୁରି ୩ ଦିନ ତାତି କରିବ କଲବଲ
କଲବଲ କଲାଣି ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପ୍ରବଳ ଗୁଳୁଗୁଳି
ଆଗାମୀ ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା
କାଳବୈଶାଖୀ ପ୍ରଭାବ କମ୍ ରହିବାରୁ ବଢୁଛି ତାପମାତ୍ରା
କାଲି ଝାରସୁଗୁଡ଼ାରେ ସର୍ବାଧିକ ୪୪.୮ ଡିଗ୍ରୀ ରେକର୍ଡ
ଆଗକୁ ରାଜ୍ୟରେ ୪୫ ଡିଗ୍ରୀ ଅତିକ୍ରମ କରିବା ନେଇ ପୂର୍ବାନୁମାନ

ଭୁଜନେଶ୍ବର,୨୦/୦୫ : ପଶ୍ଚିମରୁ ଉପକୂଳ, ଆଭ୍ୟନ୍ତରୀଣ ସବୁ ଅଞ୍ଚଳ ଧୁ ଧୁ ଖରା, ବହୁଛି ଝାଞ୍ଜି ପବନ। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୪୪.୮ ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟର ୨୧ଟି ସହର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ହୀରାକୁଦରେ ୪୪ ଡିଗ୍ରି, ଅନୁଗୁଳ ଓ ସମ୍ବଲପୁରରେ ୪୩.୬ ଡିଗ୍ରି, ବୌଦ୍ଧ ଓ ତାଳଚେରରେ ୪୩ ଡିଗ୍ରି, ସୋନପୁରରେ ୪୨.୬ ଡିଗ୍ରି, ଟିଟିଲାଗଡ଼ରେ ୪୨.୩ ଡିଗ୍ରି, ବଲାଙ୍ଗୀରରେ ୪୨.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆଜିଠାରୁ ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତାପମାତ୍ରା ବୃଦ୍ଧି ସହ ଆର୍ଦ୍ରତାର ପ୍ରଭାବରେ ଉପକୂଳର ସ୍ଥିତି ଆହୁରି ସଙ୍ଗିନ ହେଉଛି।
ଆସନ୍ତା ୨୪ ଘଣ୍ଟା ପାଇଁ ୧୨ ଜିଲ୍ଲା ଯଥା- ଗଜପତି, ଗଞ୍ଜାମ, ନୟାଗଡ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ,ଖୋର୍ଦ୍ଧା,ପୁରୀ,କଟକ, କେନ୍ଦ୍ରାପଡ଼ା, ଜଗତସିଂପୁର,ଝାରସୁଗୁଡ଼ା ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ସ୍ଥିତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ପଢନ୍ତୁ ଏହି ଖବର: ଆସନ୍ତା ୨୪ ଯାଏଁ କାଳବୈଶାଖୀ, ୯ ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ଏବେ ରାତ୍ରିକାଳୀନ ତାପମାତ୍ରା ସ୍ୱାଭାବିକଠାରୁ ଢେର ଅଧିକ ରହୁଛି । ୧୫ଟି ସ୍ଥାନରେ ରାତି ତାପମାତ୍ରା ୨୮-୩୦ ଡିଗ୍ରୀ ରହିଛି । ଟିଟିଲାଗଡ଼ରେ ୩୦.୨, ସମ୍ବଲପୁରରେ ୩୦ ଡିଗ୍ରୀ ଥିବାବେଳେ ୧୦ଟି ଜାଗାରେ ରାତିର ସର୍ବନିମ୍ନ ତାପମାତ୍ରା ବି ୨୯ ଡିଗ୍ରୀ ଟପିଥିଲା । ରେକର୍ଡ ହେଉଥିବା ସର୍ବନିମ୍ନ ତାପମାତ୍ରା ବାହାର ବାୟୁମଣ୍ଡଳର ହୋଇଥିବାବେଳେ ଘର ଭିତରେ ତାପମାତ୍ରା ଏହାଠାରୁ ୩ ଡିଗ୍ରୀ ଅଧିକ ରହୁଛି । ସାଧାରଣତଃ ସର୍ବନିମ୍ନ ତାପମାତ୍ରା ଭୋର ସମୟରେ ରେକର୍ଡ ହୋଇଥାଏ । ଏହି ସମୟରେ ଆର୍ଦ୍ରତା ଭୁବନେଶ୍ୱରରେ ୭୦% ପାଖାପାଖି ରହୁଛି । ତେଣୁ ୩୨ରୁ ୩୪ ଡିଗ୍ରୀ ସେଲସିୟସ୍ ଭଳି ଗରମ ସକାଳୁ ଅନୁଭୂତ ହେଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାଣିପାଗ ବିଭାଗ କହିଛି, ଆସନ୍ତା ୫ ଦିନ ଭିତରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିପାରେ। ରାଜ୍ୟରେ ବର୍ତ୍ତମାନ ଘଡ଼ଘଡ଼ି ସହ କାଁ ଭାଁ ବର୍ଷା ସମ୍ଭାବନା ଅଛି । ଆଜି ଠାରୁ ରାଜ୍ୟରେ ଗ୍ରୀଷ୍ମ ଲହରୀ ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଆଜି ଝାରସୁଗୁଡ଼ା, ବୌଦ୍ଧ, ମୟୂରଭଞ୍ଜରେ ହିଟ୍ ୱେଭ୍ ନେଇ ସତର୍କ ସୂଚନା ଜାରି ହୋଇଛି । ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳରେ ଗରମ ସହ ଗୁଳୁଗୁଳି ଅନୁଭୂତ ହୋଇପାରେ । ୨୧ରୁ ୨୩ ପର୍ଯ୍ୟନ୍ତ ଆହୁରି ଅଧିକ ଅଞ୍ଚଳରେ ହିଟ୍ ୱେଭ୍ ଏବଂ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ସତର୍କ କରାଇଛି । ମଙ୍ଗଳବାର ସକାଳ ୧୧ଟା ୩୦ ସମୟ ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୪୧ ଡିଗ୍ରୀ ଓ ସମ୍ବଲପୁର ଏବଂ ହୀରାକୁଦ ୪୦ ଡିଗ୍ରୀ ଡେଇଁ ସାରିଥିଲେ । ଭୁବନେଶ୍ୱର ତାପମାତ୍ରା ୩୭.୬ ଡିଗ୍ରୀରେ ପହଞ୍ଚିଥିଲା ।
Related Topics
Explore more stories