Heat Wave / ଏକାଥରକେ ୬ ଡିଗ୍ରୀ ବଢ଼ିଯିବ ତାତି, ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ତାତି
·5 months ago·2 min read

Key Points
ବଢ଼ିବ ତାତି, ଏକାଥରକେ ୬ ଡିଗ୍ରୀ ବଢ଼ିଯିବ
ଆସନ୍ତା ୧୭ତାରିଖ ଯାଏ ଏଭଳି ତାତି ରହିବ
ପଶ୍ଚିମ ଓଡ଼ିଶାରେ ତାତି ୪୫ ଡିଗ୍ରୀ ଛୁଇଁପାରେ ତାତି
ପାଣିପାଗ ବିଭାଗର ପୁର୍ବାନୁମାନ

ଭୁବନେଶ୍ୱର,୧୩/୪ : ବଢ଼ିବ ତାତି। ଏକାଥରକେ ୬ ଡିଗ୍ରୀ ବଢ଼ିଯିବ ତାତି। ପ୍ରଚଣ୍ଡ ଖରା ଯୋଗୁ ଭୀଷଣ ଗରମ ଆଉ ଗୁଳୁଗୁଳି ଅସହ୍ୟ ହେବ। ଆସନ୍ତା ୧୭ ତାରିଖ ଯାଏ ଏଭଳି ତାତି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ସୋମବାର ବାଲେଶ୍ଵର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା,କଟକ,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ। ଟିଟିଲାଗଡ଼, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ। ବରଗଡ଼ରେ ୪୨ ଓ ବୌଦ୍ଧରେ ୪୧ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ଅପେକ୍ଷାକୃତ କମ ରହିବ।
ଆସନ୍ତା କାଲି ଦୁଇ ଜିଲ୍ଲା ବରଗଡ଼ ଓ ବଲାଙ୍ଗୀରରେ ଗ୍ରୀଷ୍ମଲହରୀ ବହିପାରେ। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ରହିବ। ବଲାଙ୍ଗୀର, ଟିଟିଲାଗଡ଼ ଓ ବରଗଡ଼ରେ ୪୫ ଡିଗ୍ରୀ ଛୁଇଁ ପାରେ। ଝାରସୁଗୁଡ଼ାରେ ୪୩, ବୌଦ୍ଧ ଓ ନୂଆପଡ଼ାରେ ୪୧ ଡିଗ୍ରୀ ରହିପାରେ।
ଆସନ୍ତା ୧୫ ଓ ୧୬ ତାରିଖରେ ବରଗଡ଼ ଓ ବଲାଙ୍ଗୀର ସମେତ ଝାରସୁଗୁଡ଼ା ଓ ସମ୍ବଲପୁରରେ ଗ୍ରୀଷ୍ମଲହରୀ ପ୍ରବାହିତ ହୋଇପାରେ। ଏଥିରେ ତତଲା ପବନ ବହିବା ସହ ଜନଜୀବନକୁ ଅସ୍ତବ୍ୟସ୍ତ କରିପାରେ। ସେହି ଦୁଇ ଦିନ ବଲାଙ୍ଗୀର, ଟିଟିଲାଗଡ଼ ଓ ବରଗଡ଼ ଓ ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଚିତ୍ର ଜାରି କରିଛି I ତାତି ଅଧିକ ରହିବା ସମ୍ଭାବନା ଥିବାରୁ ଖରାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ଗରମ ଓ ଗୁଳୁଗୁଳି ରହିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସିଝିବ ଓଡ଼ିଶା, ଅସ୍ତବ୍ୟସ୍ତ କରିବ ଖରା; ସପ୍ତାହେ ପର୍ଯ୍ୟନ୍ତ ଅସହ୍ୟ ତାତି ସହ ଗୁଳୁଗୁଳି
ସେହିପରି ଆସନ୍ତା ୧୭ ଓ ୧୮ ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରବିବାର ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ, ଭବାନୀପାଟଣା ଓ ବଲାଙ୍ଗୀରରେ ୪୧, ଝାରସୁଗୁଡ଼ାରେ ୪୦.୭, ହୀରାକୁଦରେ ୪୦ ଓ ସମ୍ବଲପୁରରେ ୪୦.୧ ଡିଗ୍ରୀ ରହିଥିଲା। ଭୁବନେଶ୍ୱରରେ ୩୭.୭, କଟକରେ ୩୭.୪ଡିଗ୍ରୀ ରହିଥିଲା।
ଉପକୂଳରୁ ଉପାନ୍ତ ସବୁଠି ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ‘ହିଟ୍ ଓ୍ବେଭ୍’ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୬ ଦିନ ଖରାରେ ସିଝିବ ସାରା ଓଡ଼ିଶା। ପଣା ସଂକ୍ରାନ୍ତି ଠାରୁ ବଢ଼ିବ ତାତିର ପ୍ରକୋପ । ହିଟ୍ ଓ୍ବେଭ ଏବଂ ଅଶୁଂଘାତ ଜନିତ ବିପଦରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସତର୍କ ରହିବା ପାଇଁ ଅପିଲ୍ କରାଯାଇଛି।

Related Topics
Explore more stories