|
logo
Live

Argus News - ସିଝିବ ଓଡ଼ିଶା, ଅସ୍ତବ୍ୟସ୍ତ କରିବ ଖରା; ସପ୍ତାହେ ପର୍ଯ୍ୟନ୍ତ ଅସହ୍ୟ ତାତି ସହ ଗୁଳୁଗୁଳି

Weather & Calamities

Heatwave Hits Odisha / ସିଝିବ ଓଡ଼ିଶା, ଅସ୍ତବ୍ୟସ୍ତ କରିବ ଖରା; ସପ୍ତାହେ ପର୍ଯ୍ୟନ୍ତ ଅସହ୍ୟ ତାତି ସହ ଗୁଳୁଗୁଳି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ସିଝିବ ଓଡ଼ିଶା, ଅସ୍ତବ୍ୟସ୍ତ କରିବ ଖରା; ସପ୍ତାହେ ପର୍ଯ୍ୟନ୍ତ ଅସହ୍ୟ ତାତି ସହ ଗୁଳୁଗୁଳି
Heatwave Alert

Key Points

ଗୁଳୁଗୁଳିରେ ଅସହ୍ୟ ହୋଇ ପଡ଼ିବ ଜୀବନ । ପାରଦ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ହିଟ୍‌ୱେଭ୍ ବା ଗ୍ରୀଷ୍ମପ୍ରବାହ ନେଇ ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଭୁବନେଶ୍ଵର: ସୋମବାରରୁ ଆହୁରି ବଢ଼ିବ ଖରା । ଗୁଳୁଗୁଳିରେ ଅସହ୍ୟ ହୋଇ ପଡ଼ିବ ଜୀବନ । ପାରଦ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ହିଟ୍‌ୱେଭ୍ ବା ଗ୍ରୀଷ୍ମପ୍ରବାହ ନେଇ ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଏବେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ଉତ୍ତର ଓଡ଼ିଶା ଓ ସଂଲଗ୍ନ କ୍ଷେତ୍ରରେ ସମୁଦ୍ର ୦.୯ କିମି ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ ।

ଏଥିସହ ପଢ଼ନ୍ତୁ: ଆସନ୍ତା ୨୪ ଘଣ୍ଟା ବର୍ଷା; ଦିନକ ପରେ ଗୁଳୁଗୁଳିରେ ଘାଣ୍ଟି ହେବ ଓଡ଼ିଶା

ତାତି ଭିତରେ ୨ ଦିନ କାଳବୈଶାଖୀ !

୧୪ ଓ ୧୫ ତାରିଖ ଦୁଇ ଦିନ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୧୪ ଓ ୧୫ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୩ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ୨୭ ଜିଲ୍ଲାରେ ପାଗ ଶୁଖିଲା ରହିବ ।


ଗ୍ରୀଷ୍ମପ୍ରବାହ ନେଇ ଚେତାବନୀ

ବିଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼ରେ ୩୯.୫ ଡିଗ୍ରୀ ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୫ ଦିନ ମଧ୍ୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ଆଶଙ୍କା କରାଯାଇଛି ।

ଏଥିସହ ପଢ଼ନ୍ତୁ: କେତେ ଶକ୍ତିଶାଳୀ ହୋଇଥାଏ ବିଜୁଳି? କେତେ Ampere Current କରିଥାଏ ବହନ?

ଏସବୁ ଜିଲ୍ଲାକୁ ଆଲର୍ଟ

୧୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Heatwave Hits Odisha: ସିଝିବ ଓଡ଼ିଶା, ଅସ୍ତବ୍ୟସ୍ତ କରିବ ଖରା; ସପ୍ତାହେ ପର୍ଯ୍ୟନ୍ତ ଅସହ୍ୟ ତାତି ସହ ଗୁଳୁଗୁଳି | Argus News