Videos
|
Odisha

Yellow Alert / ଅସମ୍ଭାଳ ତାତି ସହ ପ୍ରବଳ ଗୁଳୁଗୁଳି,ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

Bikash Mohanty
Browse all articles by Bikash Mohanty
·5 months ago·2 min read
ଅସମ୍ଭାଳ ତାତି ସହ ପ୍ରବଳ ଗୁଳୁଗୁଳି,ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Heat wave

Key Points

ଏପ୍ରିଲ ଆରମ୍ଭରୁ ଅସମ୍ଭାଳ ତାତି
ଡହଡହ ଖରା ସାଙ୍ଗକୁ ଅସହ୍ୟ କଲାଣି ଗୁଳୁଗୁଳି
୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର,୦୩/୦୪: ଏପ୍ରିଲ ଆରମ୍ଭରୁ ଅସମ୍ଭାଳ ତାତି। ଡହଡହ ଖରା ସାଙ୍ଗକୁ ଗୁଳୁଗୁଳି ଅସହ୍ୟ କଲାଣି। ସ୍ଥିତି ଏମିତି ହେଉଛି ଯେମିତି ଦିନ ୧୧ଟାରୁ ୩ଟା ଭିତରେ ଖରାକୁ ବାହାରିଲେ ଦେହ ସିଝିଯାଉଛି। ଏହି ଗରମ ଓ ଗୁଳୁଗୁଳିରେ ଘାଣ୍ଟି ହେଉଛି ଅଧା ଉପକୂଳ ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଆର୍ଦ୍ରତା ୭୦ରୁ ୮୦% ପର୍ଯ୍ୟନ୍ତ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି।

ଉପକୂଳରେ ଏବେ ତାପମାତ୍ରା ସ୍ବାଭାବିକଠାରୁ ୧ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଛି। ଫଳରେ ଗରମ ପବନ ବାୟୁମଣ୍ଡଳର ଆର୍ଦ୍ରତାକୁ ଧରିରଖୁଛି ଏବଂ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଏଣୁ ଏହି ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ଆସନ୍ତା ୨ ଦିନ ମଧ୍ୟ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ହେବା ନେଇ ପୂର୍ବାନୁମାନ କରାଯାଇଛି । ଜନସାଧାରଣଙ୍କୁ ପ୍ରଚୁର ପାଣି, ଓଆର୍‌ଏସ୍ ଆଦି ପିଇବାକୁ ପରାମର୍ଶ ଦିଆଯାଇଛି। ଆଜି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ସେପଟେ ପଶ୍ଚିମ ଓଡ଼ିଶାର ତାପମାତ୍ରା ପୁଣି ୪୦ ଡିଗ୍ରି ଅତିକ୍ରମ କରିଛି। ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ୪୦.୬ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ର ତାପମାତ୍ରା ରହିଛି ୪୦ ଡିଗ୍ରି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆହୁରି ପଢନ୍ତୁସରକାରଙ୍କ ବଡ଼ ନିର୍ଦ୍ଦେଶ...ଏଣିକି ପ୍ରତିବର୍ଷ ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ

ପଶ୍ଚିମ ଓଡ଼ିଶାର ଶିଳ୍ପନଗରୀ ଝାରସୁଗୁଡ଼ାରେ କଲବଲ କରୁଛି ତାତି। ଏପ୍ରିଲ ମାସର ପ୍ରଥମ ସପ୍ତାହରୁ ତାପମାତ୍ରା ପାଖାପାଖି ୪୫ ଛୁଇଁଲାଣି। ଦିନ ୧୧ଟା ପରେ ରାସ୍ତା ଜନଶୂନ୍ୟ ହୋଇଯାଉଛି। ସୂର୍ଯ୍ୟଙ୍କ ପ୍ରକୋପ, ତୀବ୍ର ତାପରେ ଘରୁ ବାହାରିବାକୁ ଭୟ କରିଲେଣି ଲୋକେ। ଏପ୍ରିଲ୍ ଆରମ୍ଭରୁ ହିଁ ୪୦ ଡିଗ୍ରୀ ପାର କରିଲାଣି ତାପମାତ୍ରା। ଦେଶର ସବୁଠୁ ଅଧିକ ତାପମାତ୍ରା ଥିବା ୧୦ଟି ସହର ତାଲିକାରେ ଅଛି ଝାରସୁଗୁଡ଼ା। ଆଶଙ୍କା ଅଛି ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ରେକର୍ଡ ଭାଙ୍ଗିବ ଝାରସୁଗୁଡା ତାପମାତ୍ରା। ଯାହା ଜିଲ୍ଲାରେ ଅଂଶୁଘାତର ଆଶଙ୍କା ବଢ଼ାଇଦେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ହୋଇଛି। ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏ ହେବ କ୍ଳାସ । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଜାରି କରିଛି ଗଣଶିକ୍ଷା ବିଭାଗ ।

Related Topics

Explore more stories