ଆହୁରି ଦୁଇଦିନ ପ୍ରବଳ ଶୀତ
·2 years ago·1 min read

ଅର୍ଗସ ବ୍ୟୁରୋ: ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଥିବା ବେଳେ ଶୀତର ପ୍ରକୋପ ଜାରି ରହିଛି । ବର୍ତମାନ କୌଣସି ପାଣିପାଗର ନିୟାମକ ରାଜ୍ୟରେ ସକ୍ରିୟ ନଥିବା ବେଳେ ଆହୁରି ଦୁଇଦିନ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଆଗାମୀ ୨ ରୁ ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ, ୩ ଦିନ ଯାଏ ପାଗ ଶୁଖିଲା ରହିବ ।
ପରବର୍ତୀ ସମୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହାସହ ୩୧ ତାରିଖ ପରେ ରାଜ୍ୟର କିଛି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ସେପଟେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
