ବଢ଼ୁଛି ଥଣ୍ଡା, ଥରୁଛି ଶିମିଳିପାଳ
·2 years ago

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳର ଉପର ବାରହାକାମୁଡା ଅଞ୍ଚଳରେ ୩ ଡିଗ୍ରୀ ସେଲସିୟସ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଏହାଛଡା ଚହଲା ଅଞ୍ଚଳରେ ୫ଡିଗ୍ରୀ, ନଅଣା ଅଞ୍ଚଳରେ ୭ଡିଗ୍ରୀ ସେଲସିୟସ ତାପମାତ୍ରା ଆଜି ସକାଳ ୬ଟାରେ ରେକର୍ଡ କରାଯାଇଥିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସାରା ଦେଶରେ କମୁଛି ତାପମାତ୍ରା ବଢୁଛି ଶିତ । ଯଦି ଶୀତର ଲହରୀ ଏହି ଭଳି ଲାଗିରହେ ତେବେ ଶିମିଳିପାଳରେ ପାରଦ ଆହୁରି ଖସିପାରେ ଏବଂ ସ୍ଥାନେ ସ୍ଥାନେ ସ୍ନୋଫଲ୍ ହୋଇପାରେ ବୋଲି ପରିବେଶବିତ ମତ ପୋଷଣ କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: