Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଡ ଦିନରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ

Smruti Parija
Browse all articles by Smruti Parija
·2 years ago·1 min read
ବଡ ଦିନରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ

ପୁରୀ:  ବଡ଼ ଦିନ ସହ ଛୁଟି ପାଇଁ ପୁରୀରେ ଅସମ୍ଭାଳ ଭିଡ଼ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଲାଇନ୍‌ ବେଳେ ହୋଇଥିଲା ଠେଲାପେଲା । ଆଜି ବଡ଼ ଦିନ ସହ ଛୁଟି ଥିବାରୁ ପୁରୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଆଗକୁ ନୂଆବର୍ଷ ଥିବାରୁ ଅଧିକ ପର୍ଯ୍ୟଟକ ଏବେ ପୁରୀ ମୁହାଁ ହୋଇଛନ୍ତି । ତେବେ ଭିଡ଼ ନିୟନ୍ତ୍ରଣ କରିବାରେ ଫେଲ୍‌ ମାରିଛି ପୋଲିସ ଓ ପ୍ରଶାସନ । ଦିନ ବଢିବା ସହ ଶ୍ରୀକ୍ଷେତ୍ରରେ ବଢୁଛି ଭକ୍ତଙ୍କ ଗହଳି । ଜନସମୁଦ୍ର ପାଲଟିଛି ପୁରୀ ବେଳାଭୂମି ଓ ବଡଦାଣ୍ଡ । ସିଂହଦ୍ୱାର ପଟେ ଶ୍ରଦ୍ଧାଳୁମାନେ ଧସେଇ ପସୁଥିବା ଦେଖିବାକୁ ମିଳିଛି । 

ଭକ୍ତମାନେ ଦର୍ଶନ ଲାଗି ଦୀର୍ଘ ସମୟ ଅପେକ୍ଷା କରିବା ଫଳରେ ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ୍ କୁ ଠେଲି ଅବାଧରେ ପ୍ରବେଶ କରିଥିଲେ । ସେଠାରେ ଥିବା ପୋଲିସ ଓ ସେବାୟତଙ୍କ ଦ୍ୱାରା ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଆଜି ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଭିଡ ନିୟନ୍ତ୍ରଣରେ ଫେଲ ମାରିଥିଲା ଶ୍ରୀମନ୍ଦିର ପ୍ରଶାସନ ।

ତେବେ ଏବେଠାରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ନକଲେ ଆଗକୁ ନୂଆବର୍ଷରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେପଟେ ଅତିରିକ୍ତ ଏସପି ନିଜ ପ୍ରତିକ୍ରିୟା ରଖି କହିଛନ୍ତି ସେବାୟତ ଓ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଲାଇନରେ କିଛି ଲୋକ ଓ ଗୁମାସ୍ତା ଅଯଥା ଗହଳି କରୁଥିବାରୁ ତାଙ୍କୁ ସେଥିରୁ ନିବୃତ ରହିବାକୁ କୁହାଯାଇଛି । ହେଲେ ସେଭଳି କୌଣସି ବଡ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
heavy-crowd-in-puri-temple | Argus News