Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁଭଦ୍ରାକୁ ନେଇ  ରାଜ୍ୟର ବିଭିନ୍ନ ଆଧାର ସଂଯୋଗ କେନ୍ଦ୍ରରେ ପ୍ରବଳ ଭିଡ଼

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ସୁଭଦ୍ରାକୁ ନେଇ  ରାଜ୍ୟର ବିଭିନ୍ନ ଆଧାର ସଂଯୋଗ କେନ୍ଦ୍ରରେ ପ୍ରବଳ ଭିଡ଼

Key Points

  • ସୁଭଦ୍ରା'କୁ ନେଇ ଉଛୁଳା ଉତ୍ସାହ
  •  ରାଜ୍ୟର ବିଭିନ୍ନ ଆଧାର ସଂଯୋଗ କେନ୍ଦ୍ରରେ ପ୍ରବଳ ଭିଡ଼
  •  ପ୍ରବଳ ଉତ୍ସାହରୁ ସାମ୍ନାକୁ ଆସିଲା ଧାଁ ଦଉଡ଼ର ଚିତ୍ର
  •  ଏ ଧାଡ଼ି ପ୍ରମାଣ କରୁଛି କେତେ ଲୋକପ୍ରିୟ `ସୁଭଦ୍ରା' 
  •  ଭୁବନେଶ୍ବରରେ ସୁଭଦ୍ରା କଲ୍‌ ସେଣ୍ଟରର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ
  • କହିଲେ `ସୁଭଦ୍ରା' ଫର୍ମ ଦାଖଲ ପାଇଁ ନାହିଁ କୌଣସି ଶେଷ ତାରିଖ

ଅର୍ଗସ ବ୍ୟୁରୋ : `ସୁଭଦ୍ରା'କୁ ନେଇ ସାରା ରାଜ୍ୟରେ ନାହିଁ ନଥିବା ଉତ୍ସାହ । ଆଜିଠୁ ସୁଭଦ୍ରା ଆବେଦନ ଗ୍ରହଣ ହେଉଥିବାରୁ ଲୋକଙ୍କ ଭିତରେ ଖୁସି । ଆଧାର ଲିଙ୍କ କରିବା ପାଇଁ ସବୁଠି ଗହଳି । ଆଜି ଭୁବନେଶ୍ବରରେ ସୁଭଦ୍ରା କଲ୍‌ ସେଣ୍ଟରର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଛନ୍ତି ସୁଭଦ୍ରା ଫର୍ମ ଦାଖଲ ପାଇଁ କୌଣସି ଶେଷ ତାରିଖ ନାହିଁ। 17 ତାରିଖ ପରେ ପଞ୍ଜିକରଣ କଲେ ବି ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ୧୪୬୭୮ ଟୋଲ୍ ଫ୍ରି ନମ୍ବରରେ କଲ୍ କରି ହିତାଧିକାରୀ ସେମାନଙ୍କ ପ୍ରଶ୍ନର ଉତ୍ତର ପାଇପାରିବେ । 
ଢେଙ୍କାନାଳରୁ ସୋର, ଆଠଗଡ଼ରୁ ପାରାଦୀପ... ସୁଭଦ୍ରା ଆବେଦନ ପାଇଁ ସବୁଠି ପ୍ରବଳ ଉତ୍ସାହ । ସୋର ମୁଖ୍ୟ ଡାକଘର ଆଗରେ ଆଧାର ସଂଶୋଧନ ପାଇଁ ଆସିଥିବା ଲୋକଙ୍କ ଭିତରେ ଧାଁ ଧଉଡ଼ ଦେଖିବାକୁ ମିଳିଥିଲା। ଭୋର ୫ଟାରୁ ଲୋକ ମାନେ ଆସି ଧାଡ଼ିରେ ଛିଡା ହୋଇଥିବା ବେଳେ ୧୦ ଟାରେ ଗେଟ୍‌ ଖୋଲିଥିଲା । ପରେ ସମସ୍ତ ଏକା ସାଙ୍ଗରେ ଅଫିସକୁ ଧସେଇ ପଶିଥିଲେ । ପରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଢେଙ୍କାନାଳ ଭୁବନ ବ୍ଲକର ୬ଟି ସ୍ଥାନରେ ଆଧାର କେନ୍ଦ୍ର ଖୋଲାଯାଇ ମୋବାଇଲ ନମ୍ବର ସଂଯୋଗ କରାଯାଉଛି । ବ୍ଲକ୍ ଅଫିସ୍ ପରିସରରେ ଖରା ଓ ବର୍ଷାରେ ମହିଳା ମାନେ ଧାଡ଼ିରେ ଛିଡ଼ା ହୋଇଛନ୍ତି । 

ଅଧିକ ପଢନ୍ତୁ : ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ପ୍ରବଳ ଭିଡ

ଆଠଗଡ଼ରେ ଆଧାର କେନ୍ଦ୍ରଗୁଡ଼ିକରେ ନାହିଁ ନ ଥିବା ଭିଡ଼ ଲାଗିଥିବା ବେଳେ, ଏହାର ସୁଯୋଗ ନେଇ ଆଧାର କେନ୍ଦ୍ର ମାଲିକ ହିତାଧିକାରୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା । ପ୍ରାଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଧାର୍ଯ୍ୟଠାରୁ ଅଧିକ ଟଙ୍କା ନେଲେ କେନ୍ଦ୍ର ସିଲ୍‌ କରିବାକୁ ଚେତାବନୀ ଦେଇଛନ୍ତି। ସେହିପରି ପାରାଦୀପ ବଡ଼ପଡ଼ିଆ ମୁଖ୍ୟ ଡାକଘରେ ବି ଗହଳି ଦେଖିବାକୁ ମିଳିଛି । ବାଲେଶ୍ବର ସବ୍ କଲେକ୍ଟର କାଉନସିଲରଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କରିଛନ୍ତି । କେମିତି ହିତାଧିକାରୀ ସୁରୁଖୁରରେ ଫର୍ମ ଆବେଦନ କରିପାରିବେ ସେନେଇ ବିସ୍ତୃତ ଆଲୋଚନା କରାଯାଇଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨ ଦିନ ତଳେ ସୁଭଦ୍ରାକୁ ନେଇ ବିଧାନସଭାରେ ବିରୋଧୀ କରିଥିଲେ ହୋ-ହାଲ୍ଲା । ବିରୋଧୀଙ୍କ ଅଭିଯୋଗ ହେଲା, ଲୋକଙ୍କୁ ଠକିଛି ବିଜେପି ସରକାର । ହେଲେ ଗ୍ରାଉଣ୍ଡର ଚିତ୍ର କିଛି ଅଲଗା କଥା କହୁଛି । ବିରୋଧୀ ବିଧାୟକ ଗ୍ରାଉଣ୍ଡକୁ ଗଲେ ସେମାନଙ୍କ ଉତ୍ତର ପାଇବେ ବୋଲି ଆଶା ।


 

Sponsored
Heavy crowding in various Aadhaar connection centers of the state leading to Subhadra scheme | Argus News