Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡହ ଡହ ଖରାରେ ସିଜୁଛି ସାରା ଓଡିଶା 

Manini Pattanayak
Browse all articles by Manini Pattanayak
·2 years ago·2 min read
ଡହ ଡହ ଖରାରେ ସିଜୁଛି ସାରା ଓଡିଶା 

ଭୁବନେଶ୍ୱର: ଡହ ଡହ ଖରାରେ ସିଜୁଛି ସାରା ଓଡିଶା। ମାର୍ଚ୍ଚର ପ୍ରଥମ ସପ୍ତାହରୁ ହିଁ ଗରମରେ  ଆଉଟୁପାଉଟୁ ହେଲେଣି ଲୋକେ। ଯଦିଓ  ମାର୍ଚ୍ଚର  ତୃତୀୟ ସପ୍ତାହରୁ ତାପମାତ୍ରା ସ୍ୱାଭାବିକ ଠାରୁ  ୪ରୁ ୫ ଡ଼ିଗ୍ରୀ    ଅଧିକ ରହିବା  ସହ ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ଦେଖିବାକୁ ମିଳିବ। ହେଲେ ବର୍ତ୍ତମାନଠୁ ସକ୍ରିୟ ଗୁରୁଚାପ ଯୋଗୁ  ରାଜ୍ୟମଧ୍ୟକୁ ପ୍ରବେଶ କରୁଥିବା ଶୁଷ୍କଵାୟୁ ପ୍ରବାହରେ ଦିନର ତାପମାତ୍ରା ବୃଦ୍ଧି ପାଉଛି। ଏହାକୁ ନେଇ ରାଜ୍ୟରେ ସ୍ୱାଭାବିକ ଠାରୁ  ୨ରୁ ୩ ଡିଗ୍ରୀ  ତାପମାତ୍ରା  ବୃଦ୍ଧି ପାଉଥିବାରୁ ପ୍ରବଳ  ଖରା ସହ  ଗରମ  ପରିଲିକ୍ଷିତ ହେଉଛି। ଏଭଳି ସ୍ଥିତି ଆଗାମୀ ୨ରୁ ତିନିଦିନ  ଲାଗିରହିବ। ଆଗାମୀ ଦୁଇଦିନ ଯାଏ ଦକ୍ଷିଣ ଓ  ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା  ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବା ବେଳେ  ବିଶେଷ ଭାବେ ଗରମର ପ୍ରବାହ  ଅଧିକ ରହିବା। ସେପଟେ  ରାଜ୍ୟରେ  ମାର୍ଚ୍ଚର  ଦ୍ୱିତୀୟ ସପ୍ତାହ ଯାଏ  ପଶ୍ଚିମା ଝଡର ପ୍ରବାହ  ରହୁଥିବାରୁ  ସ୍ୱାଭାବିକ ଠାରୁ  କିଛି ସ୍ଥାନରେ ସାମାନ୍ୟ  ଅଧିକ ତାପମାତ୍ରା  ରହିବା ।

ଆଉ କିଛି  ସ୍ଥାନରେ  ମେଘୁଆ  ପାଗ  ସହ ବର୍ଷାର  ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ  ଆସନ୍ତା ୨୪ ଘଂଟାରେ ଉତ୍ତରର ଆଭ୍ୟନ୍ତରୀଣ ଅଂଚଳର ବରଗଡ଼ ସମ୍ବଲପୁର ଝାରସୁଗୁଡା କେନ୍ଦୁଝର ସୁନ୍ଦରଗଡ ରେ ମେଘୁଆ ପାଗ ସହ ହାଲୁକା ବର୍ଷାର ସମ୍ଭାବନା ଥିବା  ଆକଳନ କରିଛି ବିଭାଗ। ୩ ଦିନ ଯାଏ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳର କିଛି  ଜିଲ୍ଲାରେ  ବର୍ଷା ହେବାର  ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି  ଝାରସୁଗୁଡା ସୁଦରଗଡ କେନ୍ଦୁଝର ବରଗଡ ସମ୍ବଲପୁର ମୟୁରଭଞ୍ଜ ବାଲେଶ୍ୱରରେ ହାଲୁକା ବର୍ଷ ହେବାର ସମ୍ଭାବନା ରହିଛି । ପରେ ମାର୍ଚ୍ଚର ତୃତୀୟ ଓ ଚତୁର୍ଥ ସପ୍ତାହରୁ  ତାପମାତ୍ରା  ବଢିବ।ପରେ  ଏପ୍ରିଲ ଓ ମେ ମାସରେ ତାପମାତ୍ରା ଯଥେଷ୍ଟ ବୃଦ୍ଧି ହେବ ସହ ପ୍ରବଳ  ଖରା ଓ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି  ପାଣିପାଗ ବିଭାଗ। ମେ ମାସରେ ବିଶେଷ କରି ଗ୍ରୀଷ୍ମ ପ୍ରବାହ ଅଧିକ ରହିବ।
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Since the first week of March, people have been going out in the heat. | Argus News