Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଳୁଛି ଓଡ଼ିଶା, ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଜଳୁଛି ଓଡ଼ିଶା, ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର

ଅର୍ଗସ ବ୍ୟୁରୋ: ବଢୁଛି ତାତି, ଜଳୁଛି ଓଡ଼ିଶା। ଅସହ୍ୟ ତାତିରେ କଲବଲ ରାଜ୍ୟବାସୀ। ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର। ୪୧.୧ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ। ଏହା ପଛକୁ ବାଲେଶ୍ୱର ଓ ଚାନ୍ଦବାଲି ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ୪୦.୪, ହୀରାକୁଦ ୪୦.୨, କେନ୍ଦୁଝର ୩୯.୬ ଡିଗ୍ରୀ ରେକର୍ଡ ହୋଇଛି। ଆଗକୁ ସିଭିୟର ହିଟ୍ଓ୍ବେଭ୍ ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସଭିୟର ହିଟ୍ଓ୍ବେଭ ପାଇଁ ୨୩ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କାଳବୈଶାଖୀ ସମ୍ଭାବନା ଥିଲେ ବି ତାତିରେ ଲାଗିବନି ବ୍ରେକ୍।

ଯେଉଁଭଳି ଭାବରେ ତାତି ବଢ଼ୁଛି ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ୮ଟା ସୁଦ୍ଧା ତାତି ଏତେ ବଢ଼ିଯାଉଛି ଯେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଟାଇଁ ଟାଇଁ ଖରା ସାଙ୍ଗକୁ ଝାଞ୍ଜି ପିଟୁଛି ଲୋକେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
heavy heat wave in odisha bhubaneswar | Argus News