ଗତକାଲି ରାଜଧାନୀ ଭୁବନେଶ୍ବରରେ ପ୍ରବଳ ପ୍ରଦୂଷଣ
·1 year ago

ଅର୍ଗସ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ପ୍ରବଳ ପ୍ରଦୂଷଣ। ଗତକାଲି ସନ୍ଧ୍ୟା ସମୟରେ ଭୁବନେଶ୍ବର ସମ୍ପୂର୍ଣ୍ଣ ଧୂଆଁମୟ ହୋଇଛି। ଦିଲ୍ଲୀ ଭଳି ରାଜଧାନୀ ଭୁବନେଶ୍ବରର ଅନୁଭବ ହେଉଛି। କମିଶନରେଟ ପୋଲିସର ସବୁ ନିୟୁମକୁ ଫୁ କରି ଲୋକେ ଏତେ ବାଣ ଫୁଟାଇଛନ୍ତି ଯେ ରାଜଧାନୀ ଭୁବନେଶ୍ବରରେ ଗତକାଲି ରାତିରେ 100 ମିଟର ଏବଂ ଆଜି ସକାଳେ ୩୦-୪୦ ମିଟର ଯାଏଁ କିଛି ଦେଖା ଯାଉନାହିଁ।
ଅଧିକ ପଢନ୍ତୁ : ଦୀପାବଳି ଅମାବାସ୍ୟାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ
ଗାଡି ଚଳାଇ ଯିବା ମୁସ୍କିଲ ହୋଇ ପଡୁଛି। ସମ୍ପୂର୍ଣ୍ଣ ଭୁବନଶ୍ବରର AQI ବହୁତ ଖରାପ ଥିବା ବେଳେ ପୁରୁଣା ଭୁବନେଶ୍ବରରେ ସର୍ବାଧିକ 224-AQI ରେକର୍ଡ କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: