Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚଣ୍ଡିଖୋଲରେ ବିଶାଳ ଜନ ସମାବେଶ ପାଇଁ ଯୋରଦାର ପ୍ରସ୍ତୁତି

Ritu Das
Browse all articles by Ritu Das
·2 years ago·1 min read
ଚଣ୍ଡିଖୋଲରେ ବିଶାଳ ଜନ ସମାବେଶ ପାଇଁ ଯୋରଦାର ପ୍ରସ୍ତୁତି

ଅର୍ଗସ ବ୍ୟୁରୋ: ମଙ୍ଗଳବାର ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରାକ୍ ନିର୍ବାଚନୀ ପରିବେଶ ଭିତରେ ମୋଦିଙ୍କ ଲଗାତାର ଦ୍ଵିତୀୟ ଗସ୍ତକୁ ନେଇ ରାଜ୍ୟ ରାଜନୀତି ବେଶ୍ ଉଷ୍ମ । ପ୍ରଥମେ ଚଣ୍ଡିଖୋଲ ଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ 19 ହାଜର 600 କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଯେଉଁଥିରେ ତୈଳ, ଗ୍ୟାସ, ରେଳ, ରୋଡ଼, ପରିବହନ, ଜାତୀୟ ରାଜପଥ ଏବଂ ଆଣବିକ ଶକ୍ତି ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପ ରହିଛି । ସରକାରୀ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ବିରାଟ ଜନସଭାକୁ କରିବେ ସମ୍ବୋଧନ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ପିଏମଙ୍କ ସୁରକ୍ଷା ପାଇଁ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସପିଜି ଏବଂ ସୁରକ୍ଷା ସଂକ୍ରାନ୍ତ ସମସ୍ତ ବିଭାଗ ସହ ଆଲୋଚନା ଚାଲିଛି । ବିମାନବନ୍ଦର ଓ ରାଜଭବନକୁ ହାଇ ସିକ୍ୟୁରିଟି ଜୋନରେ ରଖାଯାଇଛି । ବିମାନ ବନ୍ଦର ଆଖପାଖ ଅଞ୍ଚଳରେ ବହୁତଳ ପ୍ରସାଦ ଉପରେ ନଜର ରଖାଯାଇଛି । ସେଠାକାର ଲୋକଙ୍କ ପରିଚୟ ପତ୍ର ଓ ତଥ୍ୟ ପୋଲିସ୍ ପାଖରେ ରହିବ ।

ଗତ 10 ବର୍ଷରେ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି ମୋଦି ସରକାର । ଆଗାମୀ ନିର୍ବାଚନରେ ଏନଡିଏ ମେଣ୍ଟ 400ରୁ ଅଧିକ ଲୋକସଭା ସିଟ ଏବଂ ଏକାକୀ ବିଜେପି 370 ସଂସଦୀୟ କ୍ଷେତ୍ର ଜିତିବାର ଲକ୍ଷ୍ୟ ରଖିଛି । ତେଣୁ ଓଡ଼ିଶାର ସବୁ ଲୋକସଭା ଆସନ ଉପରେ ରହିଛି ବିଜେପିର ଫୋକସ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସେ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମନେକରାଯଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Heavy preparations | Argus News