Heavy Rain Warning / ୫ ଦିନ ବର୍ଷିଲାଣି,ଆହୁରି ବର୍ଷିବ, ୭ ଜିଲ୍ଲାକୁ ଆଲର୍ଟ
·2 hours ago·2 min read

Key Points
ଓଡିଶା ଅତିକ୍ରମ କଲା ଅବପାତ
୨୪ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ
୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆଲର୍ଟ
ଆଲର୍ଟ କରିଛି ପାଣିପାଗ

ଭୁବନେଶ୍ବର,୦୬/୦୭ ବାଲେଶ୍ୱର ନିକଟରୁ ଉତ୍ତର ଉପକୂଳ ଓଡିଶା ଅତିକ୍ରମ କଲା ଅବପାତ । ଏହା ଆଗାମୀ ୨୪ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି । ସେପଟେ ପାଣିପାଗ ବିଭାଗ ପକ୍ଷରୁ ଆଜି ସକାଳ ସାଢ଼େ ୮ଟା ଯାଏଁ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଅନୁଗୋଳ, ବୌଦ୍ଧ, ସୋନପୁର ଏବଂ କନ୍ଧମାଳ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ଫଳରେ ଅତ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ସୂଚନା ଦିଆଯାଇଛି । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ସ୍ୱାଭାବିକ ଠାରୁ ୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ରହିଛି ବର୍ଷାର ସ୍ଥିତି । ୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।
ପଢନ୍ତୁ ଏହି ଖବର: ପ୍ରବଳ ବର୍ଷା ନେଇ ଆଜି ସାରା ରାଜ୍ୟକୁ ଆଲର୍ଟ,୪ ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା
ସେହିପରି ଓଡ଼ିଶା ଉପକୂଳରେ ୪୫ରୁ ୫୫ କିଲୋମିଟର ସର୍ବାଧିକ ୬୫ କିଲୋମିଟର ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି । ସେପଟେ ରାଜଧାନୀ ଭୁବନେଶ୍ବରରେ ୧୦୦ ମିମି ଅତିକ୍ରମ କଲା ବର୍ଷା ପରିମାଣ । ଗତ ୨୪ ଘଣ୍ଟାରେ ୧୧୨.୩ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପୂରା ଜୁଲାଇ ମାସରେ ସ୍ୱାଭାବିକ ଭାବେ ୩୪୧.୪ ମିମି ବର୍ଷା ହେବା କଥା । କିନ୍ତୁ ପ୍ରଥମ ୫ ଦିନରେ ୧୫୫.୨ ମିମି ବର୍ଷା ହୋଇ ସାରିଲାଣି । ଗତ ୫ଦିନରେ ପୂରା ମାସର ପ୍ରାୟ ୪୫% ବର୍ଷା ହୋଇ ସାରିଲାଣି । ଏତିକି ଦିନରେ ସ୍ୱାଭାବିକଠାରୁ ୨୩୪% ଅଧିକ ବର୍ଷି ସାରିଲାଣି ।
ଏଭଳି ମୂଷଳ ଧାରାରେ ବର୍ଷା ସତ୍ତେ୍ୱ ଚଳିତ ମୌସୁମୀ ଋତୁ(ଜୁନ୍ ୧ରୁ ଜୁଲାଇ ୫) ଭିତରେ ୬ ଜିଲ୍ଲାରେ ମୋଟ ବର୍ଷା ପରିମାଣ ନିଅଣ୍ଟିଆ ରହିଛି । ସୁନ୍ଦରଗଡ଼ରେ ୪୧%, ନବରଙ୍ଗପୁରରେ ୩୭%, କଳାହାଣ୍ଡିରେ ୩୪%, ଦେବଗଡ଼ରେ ୩୧%, ଝାରସୁଗୁଡ଼ାରେ ୨୮%, ସମ୍ବଲପୁରରେ ୨୧% ବର୍ଷା ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories