ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି
·2 years ago·1 min read

ଭୁବନେଶ୍ୱର: ଗଭୀର ଅବପାତରୁ ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ବାତ୍ୟା ମିଗଜୋମ୍। ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଗଞ୍ଜାମ ଓ ଗଜପତିରେ ଲଗାଣ ବର୍ଷାରୁ ଧାନ ଚାଷ ନଷ୍ଟ ହେବା ଆଶଙ୍କା ଦେଖାଦେଲାଣି। କ୍ଷେତରେ ଧାନ ଅମଳ କ୍ଷମ ହୋଇସାରିଥିବା ବେଳେ ପାଣି ପଶିଲେ ନଷ୍ଟ ହେବା ନେଇ ଚିନ୍ତାରେ ପଡିଛନ୍ତି ଚାଷୀ। ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଜି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବର୍ଷାର ପ୍ରଭାବ ଆଗାମୀ ୨୪ ଘଂଟା ଯାଏଁ ରହିବ। ସେପଟେ ରାଜ୍ୟର ଉପକୂଳିଆ ଜିଲ୍ଲାରେ ସକାଳୁ ଜାରି ରହିଛି କୋହଲା ପାଗ। ତେବେ ଆଗାମୀ କିଛି ଘଣ୍ଟା ପାଇଁ ପାଗ ଏଭଳି ରହିପାରେ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: