24 ଘଣ୍ଟାରେ ତାତିରୁ ମିଳିପାରେ ନିସ୍ତାର
·2 years ago·1 min read

ଭୁବନେଶ୍ୱର: ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ତାତିରୁ ମିଳିପାରେ ତ୍ରାହି । 24 ଘଣ୍ଟାରେ କାଳବୈଶାଖୀ । ଆଉ ୨୪ ଘଣ୍ଟା ବଳବତ୍ତର ରହିବ ହିଟ୍ ୱେଭ୍ । ନୟାଗଡ଼, ବଲାଙ୍ଗୀର, ଭଦ୍ରକ, ଗଜପତି, ବୌଦ୍ଧରେ ହିଟ୍ ୱେଭ୍ ରହିବ । ଆଜି ଯଦିଓ ଗତକାଲି ଅପେକ୍ଷା ୨ ଡିଗ୍ରୀ ତାପମାତ୍ରା କମ୍ ରହିବ ତଥାପି ଗରମ ଓ ଗୁଳୁଗୁଳି ଲାଗି ରହିବ । ୨୪ ଘଣ୍ଟା ପରେ ତାତିରୁ ନିସ୍ତାର ମିଳିବ । କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି ।
ଫଳରେ ଦିନର ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବ । ଆସନ୍ତାକାଲି କିଛି ଜିଲ୍ଲାରେ କୁଆପଥର ବର୍ଷା ନେଇ ଆରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର, ଯାଜପୁର, କଟକରେ କୁଆପଥର ପାଇଁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ଦୁଇ ଦିନରେ ସାରା ରାଜ୍ୟରେ ବର୍ଷା ହେବ ନେଇ ପାଣିପାଗ ପକ୍ଷରୁ ଆକଳନ କରାଯାଇଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: