ବଦଳିଲା ପାଗ: ରାଜଧାନୀ ଭୁବନେଶ୍ୱରରେ ଘଡଘଡି ସହ ବର୍ଷା

ଭୁବନେଶ୍ୱର: ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡି ବିଜୁଳି । ଅସହ୍ୟ ଗୁଳୁଗୁଳି ରୁ ମିଳିଲା ସାମାନ୍ୟ ନିସ୍ତାର । ୨୫ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ । କିନ୍ତୁ ଆଗାମୀ ୩ ଦିନ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ପ୍ରବଳ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ତେବେ ପଶ୍ଚିମ ଓଡ଼ିଶାରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ସହ ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ୨୦ ତାରିଖରୁ ବର୍ଷା ପରିମାଣ ବଢ଼ିବ ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ,ଗଜପତି, ମୟୁରଭଞ୍ଜ, କେନ୍ଦୁଝର,ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି,ବୌଦ୍ଧ, ନୂଆପଡ଼ା, ସୋନପୁର, ଝାରସୁଗୁଡ଼ା, ସମ୍ବଲପୁର ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ସେହି ପବନର ବେଗ ୩୦ ରୁ ୪୦ କିମି ରହିବା ସମ୍ଭାବନା ।
📱 Get Argus News App
✨ସେଥିପାଇଁ ଏହି ସବୁ ଜିଲ୍ଲା ପାଇଁ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଉପକୂଳ ଓଡ଼ିଶା ଅର୍ଥାତ୍ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ,ଗଜପତି ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ସମ୍ଭାବନା । ସେପଟେ ଆଗାମୀ ୪ ଦିନ ଭିତରେ ମୌସୁମୀ ଅଗ୍ରଗତି ହେବା ନେଇ ସ୍ଥିତି ହେବ ଅନୁକୂଳ । ଏବେ ମୌସୁମୀ ବାୟୁ ମାଲକାନଗିରି ଓ କୋରାପୁଟକୁ ଛୁଇଁଥିବାବେଳେ, ୪ ଦିନ ଭିତରେ ସ୍ଥିତି ଅନୁକୂଳ ହେଲେ ଏହା ଅନ୍ୟ ଜିଲ୍ଲାକୁ ଅଗ୍ରସର ହେବ । ଜୁନ୍ ୮ରୁ ମୌସୁମୀ ଓଡ଼ିଶାର ଦକ୍ଷିଣ ପ୍ରାନ୍ତକୁ ଛୁଇଁଥିଲେ ବି, ୧୦ ଦିନ ହେଲା ତାହା ଆଉ ଆଗେଇବାର ନାଁ ଧରୁନି । ତେଣୁ ମୌସୁମୀ ଋତୁରେ ରାଜ୍ କରୁଛି ଗ୍ରୀଷ୍ମ ।
ଆହୁରି ପଢନ୍ତୁ ପାଣିପାଗ ଖବର...