Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗନ୍ଧମାର୍ଦ୍ଦନରେ ପ୍ରବଳ ବର୍ଷା, ଉଛୁଳିଲା ହରିଶଙ୍କର ଝରଣା

Smruti Parija
Browse all articles by Smruti Parija
·1 year ago·1 min read
ଗନ୍ଧମାର୍ଦ୍ଦନରେ ପ୍ରବଳ ବର୍ଷା, ଉଛୁଳିଲା ହରିଶଙ୍କର ଝରଣା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ଶୈବ ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଝରଣାରେ ଉଛୁଳୁଛି ପାଣି । ବାଦଲ ଫଟା ବର୍ଷା ହେତୁ ଝରଣା ଉଛୁଳି ହନୁମାନ ମୂର୍ତ୍ତି ପଟୁ ନୂଆ ଭୋଗ ମଣ୍ଡପ ସମ୍ମୁଖ ଦେଇ ପାଣି ବହିଥିବା ଦେଖିବାକୁ ମିଳିଛି । 

ଯାହାଫଳରେ କିଛି ସମୟ ପାଇଁ ହରିଶଙ୍କର ଝରଣା କୁଳରେ ହୋହାଲ୍ଲା ହୋଇଥିଲା । ଝରଣାରେ ଗାଧୋଉଥିବା ପର୍ଯ୍ୟଟକ ଭୟରେ ଧାଇଁ ଥିଲେ । କିଛି ସମୟ ପାଇଁ ପର୍ଯ୍ୟଟକମାନେ ଫସି ରହିଥିଲେ । ଅଳ୍ପ ସମୟ ପରେ ପୁଣି ଝରଣା ସ୍ଵାଭାବିକ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଥିବାବେଳେ ଝରଣା ଉଚ୍ଛୁଳା ଭିଡିଓ ମୋବାଇଲରୁ ମୋବାଇଲ ଏବେ ଭାଇରାଲ୍ ହେଉଛି । 

ପାହାଡ ଉପରେ ପ୍ରବଳ ବର୍ଷା ଫଳରେ ଏ ଭଳି ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ  କରିଛନ୍ତି । ସୂଚନା ଯୋଗ୍ୟ ୪ ବର୍ଷ ତଳେ ମଧ୍ୟ ଏହା ଠାରୁ ଅଧିକ ଝରଣା ପାଣି ଉଚ୍ଛୁଳି ରେଲିଂ, କାନ୍ଥ ଆଦି ଭାଙ୍ଗିଥିଲା । ଅଘଟଣ ରୋକିବାକୁ ପ୍ରଶାସନ ସଜାଗ ରହିବାକୁ ବୁଦ୍ଧିଜିବି ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
heavy-rain-fall-in-harishanker-waterfall | Argus News