ରାଜଧାନୀରେ ପ୍ରବଳ ବର୍ଷା...
·2 years ago

ଅର୍ଗସ ବ୍ୟୁରୋ: ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ଭୁବନେଶ୍ୱରରରେ ବଦଳିଲା ପାଗ। ଯେଉଁଭଳି ଭାବରେ ତାତି ବଢ଼ିଚାଲିଥିଲା ସେଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ରାଜଧାନୀବାସୀଙ୍କୁ। ରାଜଧାନୀରେ ଘୂର୍ଣ୍ଣିଝଡ ସହ ବହୁଛି ପବନ। କାଳବୈଶାଖୀ ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି। କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଛି। ତାତି କାରଣରୁ ସକାଳ ସାଢ଼େ ଆଠଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଥିବାବେଳେ ଆଜି ସନ୍ଧ୍ୟାରେ ଲୋକଙ୍କୁ ଆଶ୍ୱସ୍ତି ମିଳିବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ନଜିର ରହିଛି।
ବର୍ଷା କାରଣରୁ ଲୋକେ ଶାନ୍ତି ଶୋଇପାରିବେ। ସୂଚନାନୁସାରେ, ବର୍ଷା ପରେ ତାତି ପୁଣି ବଢ଼ିପାରେ। ଆହୁରି ଗୋଟେ ସପ୍ତାହ ତାତି ଜାଳିବ ବୋଲି କୁହାଯାଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: