Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନନ୍ଦପୁରରେ ପ୍ରବଳ ବର୍ଷା, ମାଟି ଅତଡା ଖସି ରାସ୍ତା ବନ୍ଦ

Banajyotshna Ray
Browse all articles by Banajyotshna Ray
·1 year ago
ନନ୍ଦପୁରରେ ପ୍ରବଳ ବର୍ଷା, ମାଟି ଅତଡା ଖସି ରାସ୍ତା ବନ୍ଦ

ଅର୍ଗସ ବ୍ୟୁରୋ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଜାରି ରହିଛି ବର୍ଷା । ଲଗାଣ ବର୍ଷା ଯୋଗୁଁ  ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇଯାଇଥିବା ବେଳେ, ଜୟପୁର ଲମତାପୁଟ ମୁଖ୍ୟ ରାସ୍ତାରେ ବିଭନ୍ନ ଜାଗାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ରାସ୍ତାରେ ଗଛ ଗୁଡିକୁ କାଟି ରାସ୍ତା ସଫେଇରେ ଲାଗି ପଡିଛନ୍ତି  l  ନନ୍ଦପୁର ବ୍ଲକର କାଲାଡ଼ି ଗାଁ ନିକଟରେ ମାଟି ଅତଡା ଧସି ଖେମୁଣ୍ଡୁଗୁଡା ଏବଂ ନନ୍ଦକାକୁ ଯାତାୟତ ଠପ୍‌ ହୋଇଛି l ଗତ 24 ଘଣ୍ଟାରେ କୋରାପୁଟ ଜିଲ୍ଲାରେ 949 ମିଲିମିଟର ବର୍ଷା ହୋଇଥିବା ବେଳେ, ନନ୍ଦପୁର ବ୍ଲକରେ 136 ମିଲିମିଟର ଏବଂ ଲମତାପୁଟ ବ୍ଲକ ରେ 115 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy rain in Nandpur, mudslides and road closure | Argus News