Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

Odisha

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

Banajyotshna Ray
Browse all articles by Banajyotshna Ray
·2 years ago
ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଅର୍ଗସ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସମେତ ଅନ୍ୟ ସ୍ଥାନରେ ମଧ୍ୟ ବର୍ଷା ସହ ପବନ ହୋଇଛି। କଟକ ଓ ଭୁ‌ବନେଶ୍ୱରରେ ରବିବାର ରାତିରେ ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ବରରେ ରାତି ପ୍ରାୟ ସାଢ଼େ ୯ଟାରୁ ବର୍ଷା ଆରମ୍ଭ ହୋଇଥିଲା। ତୁହାକୁ ତୁହା ବର୍ଷା କାରଣରୁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଭୁବନେଶ୍ବରର ଇସ୍କନ ମନ୍ଦିର ସମ୍ମୁଖ, ବମିଖାଲ, କଟକରୋଡରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। କଟକରେ ମଧ୍ୟ କିଛି ସ୍ଥାନରେ ପାଣି ଜମିଛି।  ବର୍ଷା ଯୋଗୁଁ କଟକର ଅଧିଷ୍ଟ୍ରାତୀ ଦେବୀ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଜଳମଗ୍ନ ହୋଇଛି। ବର୍ଷା କାରଣରୁ ଲୋକଙ୍କୁ ଗରମରୁ କିଛିଟା ଆଶ୍ବସ୍ତି ମିଳିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
heavy rain in odisha | Argus News