Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ‘ମିଗଜୋମ୍‌’ ପ୍ରଭାବରେ ଭିଜିଲା ଓଡ଼ିଶା

Swayangprajna Mishra
Browse all articles by Swayangprajna Mishra
·2 years ago
ବାତ୍ୟା ‘ମିଗଜୋମ୍‌’ ପ୍ରଭାବରେ ଭିଜିଲା ଓଡ଼ିଶା

ଅର୍ଗସ ବ୍ୟୁରୋ : ବାତ୍ୟା ‘ମିଗଜୋମ୍‌’ ପ୍ରଭାବରେ ଭିଜିଲା ଓଡ଼ିଶା ।  ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । କୋଟିଆରେ ଭୂସ୍ଖଳନ ସହ ପାହାଡ଼ ଉପରୁ ଧସିଲା ପଥର । ଅଶାନ୍ତ ରହିବ ସମୁଦ୍ର, ମତ୍ସଜୀବୀଙ୍କୁ ବାରଣ ।  ଆଜି 4 ଜିଲ୍ଲା ପାଇଁ ୟଲୋ ଆଲର୍ଟ ଜାରି କରାଯାଇଛି । ଗଜପତି ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ପ୍ରଭାବ ପକାଇଛି।

ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ

କୋରାପୁଟ ଜିଲ୍ଲା କୋଟିଆରେ ଭୂସ୍ଖଳନ ସହ ପାହାଡ଼ ଉପରୁ ପଥର ଧସିଛି ।  ବୁଧବାର ୩୩ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୭୩.୨ ମିମି ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ଗୋପାଳପୁରରେ ୫୩.୧, ଭୁବନେଶ୍ବରରେ ୨୧.୫, ନୂଆପଡ଼ାରେ ୩୮.୮, ନବରଙ୍ଗପୁରରେ ୨୭, ଖୋର୍ଦ୍ଧାରେ ୨୩, ମାଲକାନଗିରିରେ ୩୦ ବର୍ଷ ରେକର୍ଡ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy rain in odisha by the impact of cyclone 'Migjom' | Argus News