Videos
|
Odisha

Heavy Rain Alert / ରାଜ୍ୟରେ ପ୍ରବଳ ବର୍ଷା: ଭାସୁଛି ନବରଙ୍ଗପୁର, ଆଜି ରେଡ଼ ୱାର୍ଣ୍ଣିଂ ଜାରି

Banajyotshna Ray
Browse all articles by Banajyotshna Ray
·1 hour ago·2 min read
ରାଜ୍ୟରେ ପ୍ରବଳ ବର୍ଷା: ଭାସୁଛି ନବରଙ୍ଗପୁର, ଆଜି ରେଡ଼ ୱାର୍ଣ୍ଣିଂ ଜାରି
Heavy Rain Alert

Key Points

ଭାରତୀୟ ପାଣିପାଗ ବିଭାଗ ତରଫରୁ ନବରଙ୍ଗପୁରରେ ଆଜି ରେଡ଼ ୱାର୍ଣିଙ୍ଗ ଜାରି ହୋଇଥିବାବେଳେ ନବରଙ୍ଗପୁରରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି ।
ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ରାତି ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗପଟ୍ଟନମ୍‌ର ଦକ୍ଷିଣପଶ୍ଚିମ ଦିଗରେ ଗଭୀର ଅବପାତ ରୂପେ ସ୍ଥଳ ଭାଗ ଛୁଇଁବା ପରେ ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଘଣ୍ଟାପ୍ରତି ୭ କିମି ବେଗରେ ଆଗକୁ ବଢ଼ୁଥିବା ଗଭୀର ଅବପାତର ପବନର ବେଗ ସର୍ବାଧିକ ୫୫ରୁ ୬୫ କିମି ଥିଲା। ଓଡ଼ିଶା ଉପକୂଳରେ ସମୁଦ୍ର ଲହଡ଼ି ୫ ମିଟର ଆଗକୁ ମାଡ଼ି ଆସିଥିଲା।ଯାହା ଫଳରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା।''

ଏବେ ବର୍ଷା ଧିରେ ଧିରେ ଛାଡ଼ିଯାଇଥିବାବେଳେ ଦେଇଯାଇଛି ଅନେକ ଦୁର୍ଦ୍ଦଶା। ଭାରତୀୟ ପାଣିପାଗ ବିଭାଗ ତରଫରୁ ନବରଙ୍ଗପୁର ରେ ଆଜି ରେଡ଼ ୱାର୍ଣିଙ୍ଗ ଜାରି ହୋଇଥିବା ବେଳେ ନବରଙ୍ଗପୁର ରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ନବରଙ୍ଗପୁର ଜିଲ୍ଲାରେ 47 MM ବର୍ଷା ରେକର୍ଡ କରାଯାଇଛି, ତେବେ ବର୍ତ୍ତମାନ ପରିସ୍ଥିତ ରେ ବର୍ଷା ହେଉଥିଲେ ମଧ୍ୟ ବନ୍ୟା ପରିସ୍ଥିତି ଉତ୍ପନ୍ନ ହେବା ଭଳି ଆବଶ୍ୟକୀୟ ବର୍ଷା ହୋଇନାହିଁ । କେଉଁ କେଉଁ ସ୍ଥାନ ରେ ଝିପିଝିପି ବର୍ଷା ହେଉଥିବା ବେଳେ ଅନ୍ୟ କିଛି ସ୍ଥାନ ରେ ପ୍ରାୟ ଘଣ୍ଟାଏ ରୁ ଉର୍ଦ୍ଧ୍ବ ସମୟ ଅନ୍ତରାଳ ରେ ଅଳ୍ପ କିଛି ସମୟ ପାଇଁ ବର୍ଷା ହୋଉଛି । ଯଦି ଏଭଳି ପରିସ୍ଥିତି ଲାଗି ରୁହେ ତେବେ ବନ୍ୟା ଆଶଙ୍କା କମ ରହିଛି ।''

ଏଥିସହ ପଢ଼ନ୍ତୁ: ଲ୍ୟାଣ୍ଡଫଲ ପରେ ପ୍ରବଳବର୍ଷାକୁ ଦୃଷ୍ଟିରେ ରଖି ଆଜି କଳାହାଣ୍ଡି, ଗଞ୍ଜାମ ଏବଂ ମାଲକାନଗିରି ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ଛୁଟି

ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ ମାଟି ଅତଡା ଧସିବା ଭଳି ସ୍ଥାନ ନାହିଁ । କେବଳ ଦୁଇ ରୁ ତନୋଟି ପୋଲ ତଥା ଅସ୍ଥାୟୀ ପୋଲ ରହିଛି ଯାହା ଉପର ଦେଇ ପାଣି ପ୍ରବାହିତ ହେବାର ଆଶଙ୍କା ରହିଛି । ଅନ୍ୟ ପକ୍ଷରେ ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ୬ ନମ୍ବର ଗୋଟିଏ ଗେଟ ଦେଇ ପାଣି ନିଷ୍କାସିତ ହେଉଛି । in flow ଓ out flow ସମାନ ରହୁଥିବାରୁ ଅନ୍ୟ ଗେଟ ଖୋଲିବା ଭଳି ପରିସ୍ଥିତି ଉତ୍ପନ୍ନ ହୋଇନାହିଁ ବୋଲି କୋଲାବ- ଓ ଇନ୍ଦ୍ରାବତୀ ବେସିନ କାର୍ଯ୍ୟାଳୟ ବାରିଣୀପୁଟର ମୁଖ୍ୟ ଯନ୍ତ୍ରୀ ବେଦାମ୍ବର ବେହେରା ସୂଚନା ଦେଇଛନ୍ତି । ମୁଖ୍ୟ ଯନ୍ତ୍ରୀ ବେଦାମ୍ବର ବେହେରାନିଜେ ଇନ୍ଦ୍ରାବତୀ ରେ ରହି ବାରମ୍ବାର ଜଳଭଣ୍ଡାର ଗସ୍ତ କରି ସ୍ଥିତି ପରଖୁ ଛନ୍ତି ।''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ନବରଙ୍ଗପୁର ଜିଲ୍ଲାର ସବୁଠାରୁ ବନ୍ୟା ଆଶଙ୍କା ଥିବା କୋଷାଗୁମୁଡା ବ୍ଲକ ରେ ମଧ୍ୟ କମ ବର୍ଷା ହେଉଥିବାରୁ ବନ୍ୟା ଭଳି ପରିସ୍ଥିତି ଉତ୍ପନ୍ନ ହୋଇ ନ ଥିବା ବିଡ଼ିଓ ଆଶିଷ ତ୍ରିପାଠୀ ସୂଚନା ଦେଇଛନ୍ତି ।କୌଣସି ପ୍ରାକୃତିକ ବିପତ୍ତି ଆସିଲେ ଗାଁ ଗହଳିରେ ପହଞ୍ଚି ପାରେନି ଆମ୍ବୁଲାନ୍ସ,ଖଟିଆ ରେ ବୁହା ହୁଅନ୍ତି ଗର୍ଭବତୀ,ସବୁଠୁ ଅଧିକ ପ୍ରଭାବିତ ହୋଇଥାନ୍ତି ବୃଦ୍ଧ ବୃଦ୍ଧା ସହ ବାଳୁତ ଶିଶୁ ସହ ଗର୍ଭବତୀ । ତେବେ ଏହିକ୍ରମ ରେ ଲାଗି ରହିଥିବା ବର୍ଷା ଫଳରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଗର୍ଭବତୀ ମହିଳା ଙ୍କୁ ଉମରକୋଟ ସ୍ଥିତ ମା ଘର କୁ ସ୍ଥାନାନ୍ତର କରାଯାଇଛି ।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories