ଆସନ୍ତା ୨୭ ଯାଏଁ ଭିଜିବ ଓଡିଶା , ଏହି ଜିଲ୍ଲାକୁ ୱାର୍ଣ୍ଣିଂ
·2 years ago·1 min read

ଅର୍ଗସ ବ୍ୟୁରୋ : ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା। ପ୍ରବଳ ବର୍ଷା ନେଇ ଟ୍ବିନ ସିଟି ସମେତ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଆସନ୍ତାକାଲି ଅତି ପ୍ରବଳ ବର୍ଷା ପାଇଁ ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର ଏବଂ ପ୍ରବଳ ବର୍ଷା ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ, ଦେଓଗଡ଼, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ ଜିଲ୍ଲାକୁ ସତର୍କ ସୂଚନା ଜାରି କରଯାଇଛି।
ଅଧିକ ପଢନ୍ତୁ : ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଭିଜିଯିବ ଓଡ଼ିଶା
ପରବର୍ତ୍ତୀ ଲଘୁଚାପକୁ ନେଇ ବର୍ତ୍ତମାନ ସୁଦ୍ଧା କିଛି ଆକଳନ କରାଯାଇ ନାହିଁ। ରାଜ୍ୟରେ ୧ ଜୁନରୁ ବର୍ତ୍ତମାନ ସୁଦ୍ଧା ୨୨ ତାରିଖ ପର୍ଯ୍ୟନ୍ତ ୩୭୧.୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି। ମାଲକାନାଗିରିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଘଣ୍ଟାରେ ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ସର୍ବାଧିକ ବର୍ଷା ୧୬୪.୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: