Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ଛେଚୁଛି ବର୍ଷା, ଲୋକେ ହନ୍ତସନ୍ତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜ୍ୟରେ ଛେଚୁଛି ବର୍ଷା, ଲୋକେ ହନ୍ତସନ୍ତ

ଅର୍ଗସ ବ୍ୟୁରୋ:  ଅନୁଗୁଳରେ ମାତ୍ରାଧିକ ବର୍ଷା ହେଲା କାଳ । ଘରର କାନ୍ତଃ ଭୁଶୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ବ୍ୟକ୍ତି ଜଣଙ୍କ ହେଉଛନ୍ତି ନକେରଜାଙ୍ଗ ଗ୍ରାମର ଗୋଛାୟତ ସାହିର ପରଭା ଗୋଛାୟତ । ଘଟଣାସ୍ଥଳରେ ବିଜେପି ଯୁବ ନେତା ତପନ ଦେବତା ପଂହଁଚି ମୃତଦେହକୁ ଆମ୍ବୁଲାନ୍ସ ଦ୍ବାରା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିସ୍ଥାଳୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।

ନବରଙ୍ଗପୁରରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ଜଣେ 5ବର୍ଷ ଶିଶୁର ମୃତ୍ୟୁ ହୋଇଛି । ଦଳବେଡା ପଞ୍ଚାୟତ ଅଧିନସ୍ଥ ଭାଟିପଡା ଗ୍ରାମର ଦୁର୍ଯ୍ୟନ ବାଗଙ୍କ ଘର କାନ୍ଥ ଭୁଶୁଡି ତାଙ୍କ ୫ ବର୍ଷର ଶିଶୁପୁତ୍ର ଫାଲଗୁନୀ ବାଗଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳକୁ ଚନ୍ଦାହାଣ୍ଡି ତହସିଲଦାର ପରିଦର୍ଶନ କରି ସରକାରୀ ସହାୟତା ଯୋଗେଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ଗଜପତି ଜିଲ୍ଲା ମୋହନା ଅଂଚଳରେ ଲଗାଣ ବର୍ଷାରେ ପଥର ଖସିବାରୁ ଜଣେ ବ୍ୟକ୍ତି ଗୁରୁତର ଆହତ । ଅଡବା ଥାନା ଡେଙ୍ଗାଶଖାଲ ଗ୍ରାମର ଅନୁପମା ନାୟକ ବଗଡ଼କୁ କାମ କରିବାକୁ ଯାଇଥିଲେ । ଅଚାନକ ପାହାଡ଼ରୁ ପଥର ଖସି ଗୋଡ଼ ଚାପି ହେଇ ରହିଯାଇଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ । ଅନୁପମାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
heavy rain in odisha today | Argus News