ତାତିରୁ ଆଶ୍ୱସ୍ତି, ରାଜ୍ୟରେ ପ୍ରବଳ ବର୍ଷିବ
·2 years ago

ଅର୍ଗସ ବ୍ୟୁରୋ: ତାତିରୁ ଆଶ୍ୱସ୍ତି । ରାଜ୍ୟରେ ଆଗାମୀ 5 ଦିନ ବିଜୁଳି ଘଡଘଡି ସହ ଝଡ ତୋଫାନ ସମ୍ଭାବନା । 30ରୁ 40 କିମି ବେଗରେ ପବନ ବହିପାରେ । ଆସନ୍ତାକାଲିଠାରୁ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ । ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରା 4ରୁ 6 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 6 ଜିଲ୍ଲାକୁ ବର୍ଷା ନେଇ 7ରୁ 10 ତାରିଖ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: