Weather Alert / ଲଘୁଚାପ ଜନିତ ବର୍ଷା ଜାରି, ଫିକା ପଡ଼ିଲା ଦଶହରା

Key Points
ଲଘୁଚାପ ଜନିତ ବର୍ଷା ଜାରି
ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ସହରବାସୀ
ଫିକା ପଡ଼ିଗଲା ନବମୀ ରାତି
ଦଶହରା ବୁଲିବା ପାଇଁ କଟକ ଆସିଥିବା ଲୋକ ଅସ୍ତବ୍ୟସ୍ତ
ବଙ୍ଗୋପସାଗରରେ ଡିପ୍ ଡିପ୍ରେସନରେ ପରିଣତ ହେଲା ଅବପାତ । ଯାହାର ପ୍ରଭାବରେ ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଓଡ଼ିଶା ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳକୁ ଏହା ପାରାଦ୍ୱୀପରୁ ଗୋପାଳପୁର ମଧ୍ୟରେ ଉପକୂଳ ଅତିକ୍ରମ କରିଛି। ପ୍ରଭାବରେ ଅତି ଭୀଷଣ ବର୍ଷା ଲାଗି ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା- ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ବଲାଙ୍ଗିର । ଏଥିସହ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ବି ବରଗଡ଼, ନୂଆପଡ଼ା, ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ଏଥିସହ ପଢ଼ନ୍ତୁ: ଆଜି ବିଜୟା ଦଶମୀ, ଅଧର୍ମ ଉପରେ ଧର୍ମର ବିଜୟର ପର୍ବ
📱 Get Argus News App
✨ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବ । ଏଥିପାଇଁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ବିଳମ୍ବିତ ରାତିରେ କଟକ ସହରରେ ଛେଚିଲା ଲଘୁଚାପ ଜନିତ ବର୍ଷା । ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ସହରବାସୀ । ଫିକା ପଡ଼ିଗଲା ନବମୀ ରାତି । ଦଶହରା ବୁଲିବା ପାଇଁ କଟକ ଆସିଥିବା ଲୋକ ଅସ୍ତବ୍ୟସ୍ତ । ଆଗାମୀ ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବର୍ଷା ସାଙ୍ଗକୁ ବିଜୁଳି, ଘଡଘଡ଼ି ମଧ୍ୟ ହେବା ନେଇ ଆଶଙ୍କା ଥିବା କହିଛି ପାଣିପାଗ ବିଭାଗ ।
ଏହି ଅଞ୍ଚଳଗୁଡ଼ିକ ଆଗାମୀ ୩ ଘଣ୍ଟା ପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା । ସକାଳୁ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କରାଯିବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି । ପାଗ ମଧ୍ୟ ମେଘୁଆ ରହିଛି । ଯାହା ପ୍ରଭାବରେ ଏଥର ଦଶହରା ଫିକା ପଡ଼ିଛି। ନବମୀ ରାତିରୁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ଲୋକେ ବାହାରକୁ ବାହାରିପାରିଲେ ନାହିଁ। ଏହାସହ ରାତିରେ ଯେଉଁଭଳି ଭାବରେ ସମସ୍ତ ପୂଜା ପେଣ୍ଡାଲରେ ଭିଡ଼ ଦେଖିବାକୁ ମିଳିଥାଏ, ତାହା ଦେଖିବାକୁ ମିଳିନଥିଲା।
ଆଜି ହେଉଛି ଶାରଦୀୟ ଦୁର୍ଗାପୂଜା। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ରାବଣପୋଡି। ବିଶ୍ବାସ ରହିଛି ରାବଣପୋଡି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ହେଲେ ବର୍ଷା କାରଣରୁ ଏହା କିପରି ହେବ ବୋଲି ଦର୍ଶକଙ୍କ ମନରେ ଦୁଃଖ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories