Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ବିଜୟା ଦଶମୀ, ଅଧର୍ମ ଉପରେ ଧର୍ମର ବିଜୟର ପର୍ବ

Devotion

Dussehra / ଆଜି ବିଜୟା ଦଶମୀ, ଅଧର୍ମ ଉପରେ ଧର୍ମର ବିଜୟର ପର୍ବ

Swoyang prajna Mishra
Browse all articles by Swoyang prajna Mishra
·8 months ago·2 min read
ଆଜି ବିଜୟା ଦଶମୀ,  ଅଧର୍ମ ଉପରେ ଧର୍ମର ବିଜୟର ପର୍ବ

Key Points

ରାଜଧାନୀରେ ୮ଟି ସ୍ଥାନକୁ ରାବଣ ପୋଡି ପାଇଁ ଅନୁମତି ଦିଆଯାଇଛି। ବରମୁଣ୍ଡା, ସୁନ୍ଦରପଦା, ନହରକଣ୍ଟା, କୋରଡ଼କଣ୍ଟା, କିଟ ରୋଡ଼ , କନ୍ଦରପୁର, ଗୋପାଳପୁର ଓ ବାଙ୍କୁଆଳରେ ହେବ ରାବଣ ପୋଡ଼ି ଉତ୍ସବ । ରାବଣପୋଡିଠାରୁ ୧୦୦ ମିଟର ଦୂରରେ ରହିବେ ସାଧାରଣ ଲୋକ ।

ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ ଅର୍ଥାତ୍‌ ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ରାବଣପୋଡି। ବିଶ୍ବାସ ରହିଛି ରାବଣପୋଡି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ।

ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ମୃତ୍ୟୁ ଦଣ୍ଡ ଦେଇ ଧରାପୃଷ୍ଠରୁ ତାର ପାପଭାରାରୁ ମୁକ୍ତ କରିଥିଲେ। ସେଥିପାଇଁ ପୂଜା ମଣ୍ଡପଗୁଡିକ ପ୍ରତିକାତ୍ମକ ରାବଣ କରି ଦହନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଦ୍ଵୈତ ନଗରୀରେ ମଧ୍ୟ ରାବଣପୋଡି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଭୁବନେଶ୍ବର, ପୁରୀ, କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁର ଆଦି ସହରରେ ଧୁମଧାମର ସହ ଦୁର୍ଗାପୂଜା ପାଳନ କରାଯାଉଛି।

ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ମଣ୍ଡପ ଦେଖିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। କେବଳ ରାଜଧାନୀର ଭକ୍ତ ନୁହଁନ୍ତି ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ରାଜଧାନୀ ଦୁର୍ଗପୂଜାରେ ସାମିଲ ହୋଇଛନ୍ତି।

ଅଧିକ ପଢନ୍ତୁ : ମା'ଙ୍କର କେଉଁ ବାହାନ ପୃଥିବୀ ପାଇଁ କେଉଁ ସଙ୍କେତ ଦିଏ , ଜାଣନ୍ତୁ ..


ରାଜଧାନୀରେ ୮ଟି ସ୍ଥାନକୁ ରାବଣ ପୋଡି ପାଇଁ ଅନୁମତି ଦିଆଯାଇଛି। ବରମୁଣ୍ଡା, ସୁନ୍ଦରପଦା, ନହରକଣ୍ଟା, କୋରଡ଼କଣ୍ଟା, କିଟ ରୋଡ଼ , କନ୍ଦରପୁର, ଗୋପାଳପୁର ଓ ବାଙ୍କୁଆଳରେ ହେବ ରାବଣ ପୋଡ଼ି ଉତ୍ସବ । ରାବଣପୋଡିଠାରୁ ୧୦୦ ମିଟର ଦୂରରେ ରହିବେ ସାଧାରଣ ଲୋକ । ୧୦୦ ମିଟର ଦୂରରେ ନିର୍ମାଣ ହେବେ ବ୍ୟାରିକେଡ୍ ।

ନିର୍ଦ୍ଧିଷ୍ଟ କମ୍ପାନୀର ଲାଇସେନ୍ସ ପ୍ରାପ୍ତ ବାଣ ଆଣିବାକୁ ରହିଛି ଅନୁମତି । ଯେଉଁମାନେ ବାଣ ଫୁଟେଇବେ ସେମାନେ ମଧ୍ୟ ପ୍ରଶିକ୍ଷଣ ନେଇଥିବା ଦରକାର । ଦୁଇ ଜଣଙ୍କ ବ୍ୟତୀତ ଅଧିକ ଲୋକ ବାଣ ଫୁଟାଇ ପାରିବେ ନାହିଁ । ରାବଣପୋଡି ବେଳେ ଅଗ୍ନିଶମ ଗାଡି ଓ ଉପକରଣ ମହଜୁତ ରହିବ । ଫାୟାର ଫାଇଟିଂ ଟିମ ରାବଣପୋଡି ସ୍ଥାନ ଗୁଡିକୁ ଯାଞ୍ଚ କରିବେ ବୋଲି କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ଭାରତର 'ରାବଣ' ଗାଁ, ୩ ଯୁଗ ପରେ ଆଜି ବି କାନ୍ଦୁଛନ୍ତି ଲୋକେ


ସେପଟେ ଆଜି ଦଶହରା ସହ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପୂଜା ବଜାରକୁ ନେଇ ଟ୍ରାଫିକ ଉପରେ ଗୁରୁତ୍ଵ ଦିଆଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୂଜା କମିଟି ମାନଙ୍କ ପକ୍ଷରୁ ବଡ଼ ପ୍ରସ୍ତୁତି କରାଯାଇଛି । ପୂଜା ସମୟରେ ଯାତାୟାତ ପାଇଁ ପୋଲିସର ରୁଟ୍ ଚାଟ୍ ସହ ଭକ୍ତଙ୍କ ଗାଡ଼ି ପାର୍କିଂକୁ ଗୁରୁତ୍ଵ ଦେଇଛି ।

Related Topics

Explore more stories

Argus Whatsapp Channel Mobile Top
Sponsored
Dussehra | Today is Vijaya Dashami Festival | Argus News