Videos
|
Odisha

ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା

Manini Pattanayak
Browse all articles by Manini Pattanayak
·2 years ago·1 min read
ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ  ପ୍ରବଳ ବର୍ଷା

ଭୁବନେଶ୍ୱର:  ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ  ପ୍ରବଳ ବର୍ଷା। ଏହାସହ ଆସନ୍ତା ୫ ଦିନଯାଏ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଂଟାରେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାର  ଗୋଟେ କିମ୍ବା ଦୁଇଟି ସ୍ଥାନରେ  ପ୍ରବଳ ବର୍ଷା ସମ୍ଭାବନା ରହିଛି। କୋରାପୁଟ, ରାୟଗଡ଼ା ,ମାଲକାନଗିରି ,କନ୍ଧମାଳ ଓ ଗଜପତି  ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଠାରୁ କମିବ ବର୍ଷା ଅର୍ଥାତ ବଡ ବର୍ଷାର ସମ୍ଭାବନା କମ ଥିବା ବେଳେ କୌଣସି ସତର୍କ  ସୂଚନା ଦେଇନାହିଁ ବିଭାଗ। ୧୧ ରୁ ପୁନର୍ବାର ବର୍ଷାର ପରିମାଣ ବଢ଼ିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି  ପୁରୀ ଓ ବାରିପଦାରେ  ରଥଯାତ୍ରା ଚାଲୁରହିଥିବା  ବେଳେ ଏହି ଦୁଇ ସ୍ଥାନରେ ମେଘୁଆ  ପାଗ ସହ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା  ରହିଥିବା ବେଳେ ବିଶେଷ କରି ବିଜୁଳି ଓ ଘଡଘଡି  ପ୍ରତି ଲୋକମାନଙ୍କୁ ସତର୍କ ରହିବା ପାଇଁ  ବିଭାଗ ପରାମର୍ଶ ଦେଇଛି।  

ଅନ୍ୟପଟେ ଜୁନ ୧ ରୁ ଏଯାବତ ରାଜ୍ୟରେ ୨୧୧.୬   ମିମି ବର୍ଷା ହୋଇଥିବା ବେଳେ ଏବେବି ୨୬  ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। କିନ୍ତୁ ବର୍ତ୍ତମାନ ସ୍ୱାଭାବିକ ବର୍ଷା ରହିବା  କଥା ୨୮୫.୮  ମିମି।ବାଲେଶ୍ୱର ରେ ଅଧିକ ନିଅଁଟିଆ  ଥିବା  ବେଳେ ୧୬  ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ ହୋଇଛି। ୧୩ ଜିଲ୍ଲାରେ  ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି।  ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା  ହୋଇଥିବା ବେଳେ କଟକ ବାଙ୍କୀ ରେ ୧୭୭.୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ନୂଆପଡାରେ  ସର୍ବାଧିକ ତାପମାତ୍ରା  ୩୬.୪ ଡିଗ୍ରୀ  ତାପମାତ୍ରା ରେକର୍ଡ ହୋଇଛି।   

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Heavy rain in the state in the next 24 hours | Argus News